ଅକ୍ଟୋବରରେ କେରଳ ଆସିପାରନ୍ତି ମେସି

କୋଚି : କିମ୍ବଦନ୍ତୀ ଫୁଟବଲ୍ ତାରକା ଲିଓନେଲ୍ ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଫୁଟ୍ବଲ୍ ଦଳ ଆସନ୍ତା ଅକ୍ଟୋବର-ନଭେମ୍ବରରେ କେରଳ ଗସ୍ତ କରିବ । ଏଠାରେ ଆର୍ଜେଣ୍ଟିନା ଦଳ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି ।  ମେସି ଆସିବା ନେଇ ଆଶଙ୍କା ସୃଷ୍ଟି ହୋଇଥିବା ସ୍ଥାନୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲେ ମଧ୍ୟ କେରଳ କ୍ରୀଡ଼ାମନ୍ତ୍ରୀ ଭି ଅବଦୁର୍ହିମାନ ଏହାକୁ ଖଣ୍ଡନ କରିଛନ୍ତି । ତାଙ୍କ କହିବା କଥା ଏଠାରେ ରହିବା ପାଇଁ ଆବଶ୍ୟକ ଗୃହର ଅଭାବ ରହିଥିବା ବେଳେ ସୋସିଆଲ୍ ମିଡ଼ିଆରେ ଏହାର ମିଛ ପ୍ରଚାର କରାଯାଉଥିବା କହିଛନ୍ତି । ତେବେ ପ୍ରକୃତ ତାରିଖ ବିଷୟରେ ସେ କହି ନ ଥିଲେ ମଧ୍ୟ ଯଦି ମେସି କେରଳ ଆସନ୍ତି, ତେବେ ତାହା ଆମ ପାଇଁ ତଥା ଦେଶ ପାଇଁ ଗୌରବର ବିଷୟ ବୋଲି କହିବା ସହ ସମ୍ଭବତଃ ସେ ଅକ୍ଟୋବର କିମ୍ବା ନଭେମ୍ବରରେ କେରଳ ଆସିପାରନ୍ତି ବୋଲି ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି । କ୍ରୀଡ଼ାମନ୍ତ୍ରୀଙ୍କ ଏହି ବୟାନରୁ ଏବେ ଆର୍ଜେଣ୍ଟିନା ଦଳ ଓ ମେସି ପୂର୍ବନିର୍ଦ୍ଧାରିତ ସୂଚୀ ଅନୁସାରେ କେରଳ ଆସିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । ପ୍ରସ୍ତାବିତ ମ୍ୟାଚ୍ ଲାଗି ପ୍ରାୟୋଜକ ମିଳି ସାରିଛନ୍ତି । ପ୍ରସ୍ତୁତି ପର୍ବ ଦ୍ରୁତ ଗତିରେ ଚାଲିଛି ବୋଲି ମଧ୍ୟ ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।