ମହିଳାଙ୍କୁ ମାଡ, ଥାନାରେ ଅଭିଯୋଗ 

ରାଜନଗର : ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ବାହାରଗଡ ଗ୍ରାମର ନିର୍ମଳ ସାମଲଙ୍କ ସ୍ତ୍ରୀ ପୂର୍ଣ୍ଣିମା ସାମଲଙ୍କୁ ତାଙ୍କ ଶାଶୁଘର ଲୋକେ ମାଡ ମାରିଥିବା ନେଇ ରାଜନଗର ଥାନାରେ ଅଭିଯୋଗ କରିଛନ୍ତି  । ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଶନିବାର ସନ୍ଧ୍ୟା ସମୟରେ ମୋର ବିବାହିତା ନଣନ୍ଦ ଲିଜାରାଣୀ ଭଦ୍ର (ବାଉକୋଣା) ବାକ୍ସ ଓ ଡ୍ରେସିଂ ଟେବୁଲକୁ ଭାଙ୍ଗି ଦେଇଥିଲେ । ମୁଁ ପ୍ରତିବାଦ କରିବାରୁ ଶାଶୁ, ଶ୍ୱଶୁର, ନଣନ୍ଦ ଓ ଭାଣିଜୀ ସଂଘବଦ୍ଧ ଭାବେ ଲୁହାରଡରେ ତାଙ୍କ ବେକକୁ ଚାପି ଦେବା ସହ ବିଧା, ଚାପୁଡା ମାରିବା ସହ ହାତ ଓ ନାକକୁ ବାଡେଇ ଫଟାଇ ଦେଇଛନ୍ତି । ମୁଣ୍ଡକୁ ମଧ୍ୟ ଶିଳପୁଆରେ ବାଡେଇ ଫଟାଇ ଦେଇଛନ୍ତି । ଗାଁ ଲୋକଙ୍କ ସହାୟତାରେ ସେ ଉଦ୍ଧାର ପାଇ ମେଡିକାଲ ଆସି ଚିକିସôା ହେବା ପରେ ଥାନାରେ ଅଭିଯୋଗ କରିଛନ୍ତି  । ଏନେଇ ଆଇଆଇସି ନରେଶ କୁମାର ସାହୁଙ୍କୁ ପଚାରିବାରୁ ଅଭିଯୋଗ ପାଇଛି । ତାଙ୍କ ଅଭିଯୋଗ ଅନୁଯାୟୀ ମାମଲା ରୁଜୁ କରାଯାଇଛି ବୋଲି କହିଛନ୍ତି ।