ଭିଡିଓ ଉତ୍ତୋଳନ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ !
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଲଘୁଖଣିଜ ଲୁଟ କରୁଥିବା ମାଫିଆ ମାନଙ୍କ ଆତଙ୍କ ରାଜ ଦିନକୁ ଦିନ ବଢ଼ିବାରେ ଲାଗିଛି । ତାହାର ଏକ ନଗ୍ନ ନମୁନା ଆଜି ଧରାକୋଟ ଥାନା ନିକଟରେ ଥିବା ତାଳ ପାଟଣା ଟାଟା ରିଲିଫ ସାହି ପାଖରେ ବେଆଇନ ଭାବେ ମୋରମ ଚାଲାଣ ହେଉଥିଲା । ଖବର ପାଇ ଧରାକୋଟ ଅଞ୍ଚଳର ସାମ୍ବାଦିକ ଉକ୍ତ ମୋରମ ଚାଲାଣ ହେଉଥିବା ଭିଡିଓ ଉତ୍ତୋଳନ କରୁଥିବା ବେଳେ କବିରାଜ ସାହୁ ଓ ତାଙ୍କ ପୁତ୍ର ସାମ୍ବାଦିକଙ୍କୁ ମାଡ଼ ମାରୁଥିବା ବେଳେ ଏହି ସମୟରେ ସଞ୍ଜୟ ନାମକ ଯୁବକ ଏକ ମାଉଜର ପଛପଟୁ ଛାତିକୁ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଲଘୁ ଖଣିଜ ଲୁଟ କରୁଥିବା ମାଫିଆ ମାନେ ଏବେ ସାମ୍ବାଦିକ ମାନଙ୍କୁ ବି ଆକ୍ରମଣ କରିବା ସହ ଜୀବନରେ ମାରିଦେବାକୁ ଧମକ ଚମକ ଦେବାକୁ ପଛାଉନାହାନ୍ତି । ଲଘୁଖଣିଜ ଲୁଟେରା ମାନଙ୍କ ସହ ସ୍ଥାନୀୟ ପ୍ରଶାସନର ଆଶୀର୍ବାଦ ଥିବା ଯୋଗୁଁ ଏମାନେ ଇନ୍ଦ୍ର ଚନ୍ଦ୍ର ମାନୁନଥିବା ଚର୍ଚ୍ଚା ହେଉଛି । ଲଘୁ ଖଣିଜ ମାଫିଆ ମାନେ ଗ୍ରାମ ବାସୀଙ୍କୁ ଧମକ ଚମକ ଦେବାର ନଜିର ରହିଛି । ଆଜି ଜଣେ କର୍ତ୍ତବ୍ୟରତ୍ତ ସାମ୍ବାଦିକଙ୍କୁ ବାପ ପୁଅ ମାଡ ମାରିବା ବେଳେ ଅନ୍ୟ ଜଣେ ମାଉଜର ରେ ଆକ୍ରମଣ କରିବା ଘଟଣାକୁ ବାହୁ ସାମ୍ବାଦିକ ନିନ୍ଦା କରିବା ସହ ମାଫିଆ ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।