୨୧ ଓ ୨୨ରେ ଏନଏଚଆରସି ଶିବିର
ଭୁବନେଶ୍ୱର : ଓଡ଼ିଶାର ପ୍ରମୁଖ ମାନବାଧିକାର ମାମଲାଗୁଡିକର ସମାଧାନ ପାଇଁ ଜୁଲାଇ ୨୧ ଓ ୨୨ରେ ଭୁବନେଶ୍ୱର ସ୍ଥିତ ରାଜ୍ୟ ଅତିଥି ଭବନରେ ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆରସି)ଙ୍କ ଦ୍ୱାରା ଏକ ଦୁଇ ଦିନିଆ ଶୁଣାଣି ଶିବିର ଅନୁଷ୍ଠିତ ହେବ । ଏହି ସ୍ୱତନ୍ତ୍ର ଶିବିରରେ ଅଭିଯୋଗକାରୀ ଓ ପୀଡ଼ିତଙ୍କ ଉପସ୍ଥିତିରେ କମିଶନଙ୍କ ଦୁଇଟି ଖଣ୍ଡପୀଠ ପ୍ରାୟ ୧୪୪ ମାମଲାର ଶୁଣାଣି କରିବେ । କମିଶନର ଅଧ୍ୟକ୍ଷ, ତିନି ଜଣ ସଦସ୍ୟ ଏବଂ ବରିଷ୍ଠ ଅଧିକାରୀମାନେ ଏହି ଶିବିରରେ ଯୋଗ ଦେବେ । ଠିକଣା ସମୟରେ ଡାକ୍ତରୀ ସହାୟତା ମିଳୁନଥିବାରୁ ସାପ କାମୁଡା ଜନିତ ମୃତୁ୍ୟ ଏବଂ ଭଦ୍ରକ ଓ କେନ୍ଦ୍ରାପଡ଼ା ପରି ଜିଲ୍ଲାଗୁଡିକରେ ବାରମ୍ବାର ବନ୍ୟା ବିତ୍ପାତ ଯୋଗୁଁ ପ୍ରଭାବିତ ଲୋକଙ୍କ ସମସ୍ୟା ସମ୍ପର୍କରେ ମଧ୍ୟ କମିଶନ ସମୀକ୍ଷା କରିବେ ।