ଏବର୍ଷ ହେବନି କଲେଜ ନିର୍ବାଚନ
College Election

ଭୁବନେଶ୍ୱର : ଚଳିତ ବର୍ଷ କଲେଜ ନିର୍ବାଚନ ହେବନାହିଁ । ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ସ୍ପଷ୍ଟ କରିଛନ୍ତି । ତେବେ ଆସନ୍ତାବର୍ଷ ଛାତ୍ର ସଂସଦ ନିର୍ବାଚନ ହେବବୋଲି ସେ କହିଛନ୍ତି । ପୃଥ୍ୱୀରାଜ କହିଛନ୍ତିଯେ, ନୂଆ ସରକାର ଆସିଥିବାରୁ ଛାତ୍ର ସଂସଦ ନିର୍ବାଚନ ନେଇ ପ୍ରସ୍ତୁତି ହୋଇପାରିନାହିଁ । ଏଥିପାଇଁ ପର୍ଯ୍ୟାପ୍ତ ସମୟ ମିଳିଲା ନାହିଁ । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ନିର୍ବାଚନ ହେବା କଥା । ଚଳିତ ବର୍ଷ ନିର୍ବାଚନ ପାଇଁ କଲେଜ ଗୁଡ଼ିକରେ ପ୍ରସ୍ତୁତି ହେବ । ଆସନ୍ତାବର୍ଷ ଛାତ୍ର ସଂସଦ ନିର୍ବାଚନ ହେବବୋଲି ପୃଥ୍ୱୀରାଜ କହିଛନ୍ତି ।