ପୁଣି ପାତ୍ରପଡାଠାରେ ଦୁର୍ଘଟଣା : ଜଣେ ମୃତ

ପୁଣି ପାତ୍ରପଡାଠାରେ ଦୁର୍ଘଟଣା : ଜଣେ ମୃତ

ରାଜଧାନୀ ରାଜରାସ୍ତାରେ ଦୁର୍ଘଟଣା କମିବାରେ ନାଁ ନେଉନାହିଁ । ପୁଣି ପାତ୍ରପଡା ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି । ସେହି ସଡକ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ  ହୋଇଛି । ପିକ ଅପ୍ ଭ୍ୟାନ ଧକ୍କାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ  ହୋଇଛି । ଭାଇଜି ଗାଙ୍ଗୁରାମ ମିଠା ଦୋକାନ ସାମ୍ନାରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଖବର ପାଇ ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚିଛନ୍ତି   । ଏଥିସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି  । ସେପଟେ ଦୁର୍ଘଟଣା ଘଟାଇଥିବା ପିକ ଅପ ଭ୍ୟାନ କୁ ଅଟକ ରଖାଯାଇଛି ।  ଏଥିସହ ରାଜଧାନୀରେ ଆଉ ଏକ ଘଟଣା ଦେଖିବାକୁ ମିଳିଛି , ଭୁବନେଶ୍ବର  ବସଷ୍ଟାଣ୍ଡରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି  । ଭୁବନେଶ୍ୱର ଭରତପୁର ଥାନା ଅଧିନ ଘାଟିକିଆ ବସଷ୍ଟାଣ୍ଡରେ ପଡିରହିଛି ମହିଳାଙ୍କ ଗଳିତ ମୃତଦେହ । ମହିଳାଙ୍କ ମୃତ୍ୟୁ କିଭଳି ହେଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ , ଏଥିସହ ପୋଲିସ  ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ପରିଚୟ ସହ ଅଧିକ ଛାନଭିନ ଜାରି ରଖିଛି  ।