ବେଆଇନ ପଥର ବୋଝେଇ ଡମ୍ଫର ଜବତ


ାା ପ୍ରଭାନୁ୍ୟଜ୍ ।ା ନୀଳଗିରି : ଗତ ନଭେମ୍ବର ୫ତାରିଖ ମଧ୍ୟରାତ୍ରୀରେ ପେଟ୍ରୋଲିଂ ସମୟରେ ନୀଳଗିରି ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ ସଜନାଗଡ ଭାଲୁକାଶୁଣୀ ରାସ୍ତାରେ ଏକ ବେଆଇନ ପଥର (ବୋଲ୍ଡର) ବୋଝେଇ ଡମ୍ଫର (ଓଡି -୦୧-ଡବ୍ଲୁ -୯୫୮୫)କୁ ଜବତ କରି ଥାନାକୁ ଆଣିଥିଲେ । ପରେ ଗାଡ଼ିର ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲା ବେଳେ ଏହାର ପରମିଟ ନଥିବା ଜଣାପଡିଥିଲା । ପରେ ଉକ୍ତ ଗାଡ଼ିର ଡ଼୍ରାଇଭର ଖନ୍ତାପଡା ଥାନା ଅଧୀନସ୍ଥ ଚଣ୍ଡିପୁର ଗ୍ରାମର ରଜନୀ ସିଂର ପୁଅ ବାଇନ ସିଂକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଏନେଇ ନୀଳଗିରି ଥାନାରେ ୩୪୯/୨୪ରେ ଏକ ମାମଲା ରୁଜୁ କରାଯାଇଛି ।