ବିଜେଡିର କଳା ଦିବସ ପାଳନକୁ ବିଜେପିର ତାତ୍ସଲ୍ୟ

 ସୁକିନ୍ଦା : ‘ବନ୍ଦକର ରକ୍ତର ହୋଲି’ ନାରାଦେଇ ସୁକିନ୍ଦା ବିଜେଡି ପକ୍ଷରୁ ଆସନ୍ତା ୬ତାରିଖକୁ କଳାଦିବସ ଭାବେ ପାଳନ କରିବାକୁ ଘୋଷଣା କରାଯାଇଛି । କଳାଦିବସକୁ ବିଜେଡ଼ି ସଫଳ କରିବାକୁ ସୁକିନ୍ଦା ଏବଂ ଦାନଗଦୀ ବ୍ଲକରେ ପ୍ରସ୍ତୁତି ବୈଠକମାନ କରିସାରିଛି । ତେବେ ଡୁବୁରୀ ଠାରେ କଳା ଦିବସ ପାଳନ କରିବାକୁ ଦଳ ସଜବାଜ ହେଉଥିବା ବେଳେ ବିଜେପି ସୁକିନ୍ଦା ପକ୍ଷରୁ ଏହାକୁ ତାତ୍ସଲ୍ୟ କରାଯାଇଛି ।
ସୋମବାର ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୁକିନ୍ଦାର ପୂର୍ବତନ ବିଧାୟକ ପିତା/ପୁତ୍ର ପ୍ରଫୁଲ ଚନ୍ଦ୍ର ଘଡ଼ାଇ ଏବଂ ପ୍ରୀତିରଂଜନ ଘଡ଼ାଇଙ୍କୁ ଟାର୍ଗେଟ କରାଯାଇଥିଲା । ଆୟୋଜିତ ସମ୍ମିଳନୀରେ ଉପସ୍ଥିତ ବିଧାୟକଙ୍କ ସୁକିନ୍ଦା ଓ ଦାନଗଦୀ ପ୍ରତିନିଧି ଶେଖର ମହାନ୍ତି, ପ୍ରଶାନ୍ତ ରାୟ, ଶ୍ରମିକ ନେତା ଅମଳେନ୍ଦୁ ବେହୁରା, ରମଣୀ ରଞ୍ଜନ ବଳସାମନ୍ତ, ସୁଧାଂଶୁ ଭଞ୍ଜ, ପ୍ରତାପ ଧୀର ପ୍ରମୁଖ କହିଥିଲେ କି ଘଡ଼ାଇ ପିିତା/ପୁତ୍ର ୩୫ବର୍ଷ ଧରି କ୍ଷମତାରେ ରହି ସୁକିନ୍ଦାରେ ଅନେକ କଳା ଇତିହାସ ରଚିଛନ୍ତି । ୩୫ବର୍ଷ ଧରି ଘଡାଇ ପିତାପୁତ୍ର ସୁକିନ୍ଦାରେ ଭୟ ବାତାବରଣ ସୃଷ୍ଟି କରି ଅନୈତିକ ଉପାୟରେ ନିର୍ବାଚନ ଜିତି ଆସୁଥିଲେ । କ୍ଷମତା ବଳରେ ହତ୍ୟା, ଗୁଣ୍ଡାରାଜ, ବଳାକôାର ଭଳି ଜଘନ୍ୟ ଆଇନ ଶୃଙ୍ଖଳା ସୃଷ୍ଟି କରିଛନ୍ତି । ଏଭଳି ବାତାବରଣର ସୁଯୋଗ ନେଇ ଦାଦାବଟି, ମାମୁଲି, କମିଶନି ଅଦାୟ କରି ହଜାର ହାଜର କୋଟିର ମାଲିକ ହୋଇଥିବା ଘଡାଇ ପିତାପୁତ୍ରଙ୍କ ପ୍ରକୃତ ଚରିତ୍ର ଜାଣି ସାରିବା ପରେ ସୁକିନ୍ଦାବାସୀ ଗଲା ନିର୍ବାଚନରେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
କ୍ଷମତା ଲୋଭୀ ଘଡେଇ ପିତାପୁତ୍ର ୧୧ମାସର କ୍ଷମତା ବାହାରେ ରହିବାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ପ୍ରଫୁଲ୍ଲ ଘଡାଇ ଶ୍ରମିକ ସଂଗଠନ ନାମରେ ବାମପନ୍ଥୀ ଶ୍ରମିକ ସଂଗଠନର ହଟିଂ ପୋଡିରୁ ସୁକିନ୍ଦାରେ ହିଂସାକାଣ୍ଡର ମଞ୍ଜି ବୁଣିଥିଲେ । ଶ୍ରମିକ ନେତା ଶ୍ୟାମପଦ ରାଉତ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ୮୪ଦିନ ଜେଲରେ ରହିବା ଠାରୁ ଶୁକଦେବ, ଗୋପାଳ, ଟୋଲକାନି ହତ୍ୟାକାଣ୍ଡ, କନ୍ତିରା ହତ୍ୟାକାଣ୍ଡ, ରାଜେଶ ତନ୍ତୀ ହତ୍ୟାକାଣ୍ଡ, କଳିଙ୍ଗନଗରର ଆଦିବାସୀଙ୍କୁ ଗୁଳିକାଣ୍ଡ ଓ ବିରଜା ମୂର୍ତି ବଦଳ ପର୍ଯ୍ୟନ୍ତ, କୋରେଇରେ ବିଶିଷ୍ଟ କବି,ସାହିତି୍ୟ ହୁସେନ ରବି ଗାନ୍ଧୀଙ୍କୁ ମରଣାନ୍ତକ ଆକ୍ରମଣ ପଛରେ ଘଡ଼ାଇ ପିତାପୁତ୍ରଙ୍କ ହାତ ଥିବା ଅଭିଯୋଗ ରଖିଥିଲେ । ଜୁନ ୬ରେ ସୁକିନ୍ଦାରେ କଳାଦିବସ ପାଳନର ପ୍ରକୃତ ଉଦେ୍ଦଶ୍ୟ ସୁକିନ୍ଦାବାସୀ ଜାଣି ସାରିଛନ୍ତି । ଆଉ ଭୁଆଁ ବୁଲାଇ ସେମାନେ ଭ୍ରମିତ ହେବେ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।