ବରୁଣାଡିହା ଗାଁରେ ବିଳମ୍ବିତ ରାତ୍ରିରେ ଚୋରି
ରାଜକନିକା : ରାଜକନିକା ଥାନା ଅନ୍ତର୍ଗତ ବରୁଣାଡିହା ଗାଁର ତୋଟା ସାହିର ଗୋଲେଖ ନାୟକଙ୍କ ଘରୁ ବୁଧବାର ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ସୂଚନା ମିଳିଛି । ଏନେଇ ଆଜି ସକାଳ ୯ଟା ବେଳେ ପରିବାର ପକ୍ଷରୁ ରାଜକନିକା ଥାନାରେ ଲିଖିତ ଅଭିଯୋଗ ହୋଇଛି । ବୁଧବାର ବିଳମ୍ବିତ ରାତିରେ ଗୋଲେଖ ନାୟକଙ୍କ ଶୋଇବା ଘରର କବାଟ ବାହାର ପଟୁ ବନ୍ଦ କରି ଚୋରମାନେ ଅନ୍ୟ ରୁମରୁ ବାକ୍ସ, ସୁନା ଅଳଙ୍କାର, କିଛି ନଗଦ ଟଙ୍କା ଚୋରି ହୋଇଥବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ତେବେ ରାଜକନିକା ଅଞ୍ଚଳରେ ଲଗତାର ୪ଦିନ ଭିତରେ ୪ରୁ ଉର୍ଦ୍ଧ ଚୋରି ହୋଇଛି । ରାଜକନିକା ପୁଲିସ ଚୋରିର କୌଣସି ଟେର ପାଉନି, ତେବେ ପୁରୀରେ ନୌସେନା ବାହିନୀ ତାର ପ୍ରତିଷ୍ଠା ଦିବସ ପାଳିତ ହେଉଥିବା ଯୋଗୁ ରାଜକନିକା ଥାନରୁ ଷ୍ଟାପମାନେ ପୁରୀ ଡିଉଟି ଯାଇଥିବା ସୁଯୋଗ ନେଇ ଚୋରମାନେ ଚୋରି କରୁଥିବା ଅନୁମାନ କରାଯଉଛି ।