୧୩ ବଉଳା କୁମ୍ଭୀର ଶାବକ ଜନ୍ମ

ରାଜନଗର : ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ ରୂପେ ପରିଚିତ ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଥିବା କୃତ୍ରିମ ବସାରଅଣ୍ଡାରୁ ମଙ୍ଗଳବାର ସୁଦ୍ଧା ୧୩ଟି ବଉଳା କୁମ୍ଭୀର ଶାବକ ଜନ୍ମ ନେଇଥିବା ଜଣାପଡିଛି । ଜାତୀୟ ଉଦ୍ୟାନର ଭିତରକନିକା ଫରେଷ୍ଟ ବ୍ଲକର ଚାରିନାଳିଆ ନାଳ ନିକଟ କୁମ୍ଭୀର ବସା ଜୁଆର ପାଣି ମାଡରେ ନଷ୍ଟ ହୋଇଯାଇଥିଲା  । ସେଥିରେ ଥିବା ଅଣ୍ଡାଗୁଡିକ ବାହାରେ ପଡିଥିବା ୪୦ଟି ଅଣ୍ଡାକୁ ସଂଗ୍ରହ କରାଯାଇ ପ୍ରଜନନ କେନ୍ଦ୍ରରେ ରଖାଯାଇଥିଲା । ସେହି ଅଣ୍ଡା ପ୍ରଜନନ କେନ୍ଦ୍ରର କୃତ୍ରିମ ବସା ଘରେ ରଖାଯିବାର ୧୪ଦିନ ପରେ  ଛୁଆ ଫୁଟିବା ଆରମ୍ଭ ହୋଇଥିଲା । ଏଯାବତ୍ ୧୩ଟି ଛୁଆ ଜନ୍ମ ହୋଇଥିବା ସହକାରୀ ବନସଂରକ୍ଷକ ମାନସ କୁମାର ଦାସ ପ୍ରକାଶ କରିଛନ୍ତି । ସୂଚନା ଥାଉକି, ଚଳିତ ବର୍ଷ ରାଜନଗର ବନଖଣ୍ଡରେ ୧୧୬ଟି କୁମ୍ଭୀର ବସା ଠାବ କରାଯାଇଥିବା ବେଳେ କନିକା ବନାଞ୍ଚଳରେ ୧୦୪ଟି କୁମ୍ଭୀର ବସା ଚିହ୍ନଟ କରାଯାଇଛି ।  ସାଧାରଣତଃ ମା କୁମ୍ଭୀର ୪୦ରୁ ୬୦ଟି ଅଣ୍ଡା ଦେଇଥାଏ । ପ୍ରାୟ ୭୫ଦିନର ବ୍ୟବଧାନ ପରେ ଅଣ୍ଡାରୁ ଛୁଆ ବାହାରିଥାଏ ।