ଟ୍ରାକ୍ଟର ତଳେ ଚାପି ହୋଇ ଡ୍ରାଇଭର ମୃତ

 ଆସିକା: କୋଟିନାଡ଼ା ଥାନା ଅନ୍ତର୍ଗତ ଭେଙ୍କଟରାଇପଲ୍ଲୀ ଶୁଣ୍ଡିବନ୍ଧ ନିକଟରେ ଟ୍ରାକ୍ଟର ତଳେ ଚାପି ହୋଇ ଡ୍ରାଇଭର ମୃତ ହୋଇଛି । ମୃତ ଜଣଙ୍କ ହେଲେ ହରଡ଼ାପଦର ଗ୍ରାମର ମନୁ ନାୟକ (୪୦)ବର୍ଷ  । ସେ ଓଆର୦୭ୟୁ୨୪୧୮ ଟ୍ରାକ୍ଟର ଧରି ବିଲ କାମ  କରିବାକୁ ଯାଇଥିଲେ । କାର୍ଯ୍ୟ ସାରି ଫେରିବା ବେଳେ ଷ୍ଟେରିଙ୍ଗ ଜାମ ହୋଇଯିବାରୁ କାମ ନକରି ପୋଖରୀ ଭିତରକୁ ପଶି ଯାଇଥିଲା ।ମନୁ ତଳକୁ ଖସି ଡାଲା ତଳେ ଚାପି ହୋଇ ଯାଇଥିଲେ । ଘଟଣା ସ୍ଥଳରେ ତାଙ୍କର ମୃତୁ୍ୟ ହୋଇଥିଲା । ଆମ୍ବୁଲାନ୍ସ ଯୋଗେ ଆସିକା ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟର ଜବତ କରି ତଦନ୍ତ କରୁଛି ।