ବିବେକାନନ୍ଦ ଲୋକ ସଂସଦର ଆଭାସୀ ପାଠଚକ୍ର

ସୋର : ସ୍ୱାମୀ ବିବେକାନନ୍ଦ ଲୋକସଂସଦ ବାଲେଶ୍ୱର ଶାଖା ପକ୍ଷରୁ ଏକ ଆଭାସୀ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲୋକ ସଂସଦର ସଭାପତି ଡ ରମାକାନ୍ତ ବେହେରା ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଲୋକ ସଂସଦର କୋଷାଧ୍ୟକ୍ଷ ରଞ୍ଜନ କୁମାର ମହାନ୍ତି ସଂଯୋଜନା କରିଥିଲେ  । ପ୍ରାରମ୍ଭିକ ଶ୍ଲୋକ ପଢ଼ିଥିଲେ ସୁଶ୍ରୀ ଲିଜା ଗିରି । ବିବେକ ବାଣୀ ପାଠ କରିଥିଲେ ଉକôଳ କଳା ଓ ସଂସ୍କୃତିର ସହ ସମ୍ପାଦିକା ଜ୍ୟୋସ୍ନର ରାଣୀ ଜେନା । ବକ୍ତାଭାବେ କବି ତଥା ସୁବର୍ଣ୍ଣ ଶ୍ରୀ ପ୍ରକାଶନିର ସମ୍ପାଦକ ଓ କେନ୍ଦ୍ର ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ କାଳିପଦ ପଣ୍ଡା ଯୋଗ ଦେଇ ବିସ୍ମୃତପ୍ରତିଭା କବି ରାମକୃଷ୍ଣ ସାହୁଙ୍କ ସୃଷ୍ଟି ସମୀକ୍ଷା  ଏବଂ ଓଡ଼ିଶାର ପ୍ରଥମ ସ୍ୱାସ୍ଥ୍ୟ ପତ୍ରିକାର ସମ୍ପାଦକଙ୍କ ବିଷୟରେ ବିସ୍ତୃତ ଆଲୋଚନା ରଖିଥିଲେ । ଧନ୍ୟବାଦ ଦେଇଥିଲେ ବିଚାରଧାରାର ସମ୍ପାଦକ ଗଣେଶ ପ୍ରସାଦ ତିଆଡି । ଶେଷରେ ଶନ୍ତିପାଠ କରିଥିଲେ ଡ. ବିଷ୍ଣୁପଦୀ ଗିରି । ପା ଚକ୍ରକୁ ଶଙ୍କର୍ଷଣ ସାର, ରାଜ ବଲ୍ଲଭ ସାହୁ, ମନୀନ୍ଦ୍ର ଦୀକ୍ଷିତ, ରାମଚନ୍ଦ୍ର ପୃଷ୍ଟି, ସୁଧୀର ରଞ୍ଜନ ନାୟକ, ପ୍ରତାପ କର, ଉପସଭାପତି ହରେକୃଷ୍ଣ ଗିରି ପରିଚାଳନା କରିଥିଲେ ।