ଜନ ଶୁଣାଣି ଶିବିର
ନବରଙ୍ଗପୁର : ଝରିଗାଁ ବ୍ଲକ ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ ଚନ୍ଦ୍ର ମିଶ୍ର,ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ ଓ ବିଡିଓ ମଧୁସୂଦନ ମାଝୀଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଜନ ଶୁଣାଣି ଶିବିରରେ ମୋଟ ୩୪ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ୨୨ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୧୨ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା । ଜିଲ୍ଲାପାଳ ଡ଼ା ମହାପାତ୍ର ଏହାପରେ ଚକ୍ଲାପଦର ଗ୍ରାମ ପଞ୍ଚାୟତ ଗସ୍ତ କରି ଆଧାର କେନ୍ଦ୍ର ପରିଦର୍ଶନ ସହ ଚନ୍ଦନଧାରା ଗସ୍ତ କରିଥିଲେ ।