ୱାୟନାଡରେ ଓଡ଼ିଆ ଡାକ୍ତର ମୃତ

ବନେଶ୍ୱର: କେରଳ ଭୂସ୍ଖଳନରେ ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତ୍ୟୁ ହୋଇଛି । ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମୃତଦେହ ମିଳିଥିବା ନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଏନେଇ ବିଷ୍ଣୁଙ୍କ ମୃତ୍ୟୁ ନେଇ ପରିବାର ପକ୍ଷରୁ କିନ୍ତୁ କୌଣସି ସୂଚନା ମିଳିନାହିଁ। ଏବେ ବି ନିଖୋଜ ଅଛନ୍ତି ବିଷ୍ଣୁ ପ୍ରସାଦଙ୍କ ବନ୍ଧୁ ସ୍ୱାଧୀନ ପଣ୍ଡା।

ଏହି ଖବର ହସ୍ତଗତ ହେବା ପରେ କେରଳ ଅଭିମୁଖେ ବାହାରିଛି ଓଡ଼ିଶା ଅଧିକାରୀଙ୍କ ଏକ ଟିମ୍। ଓଡ଼ିଶା ପରିବାର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କ ନେତୃତ୍ୱରେ ଟିମ୍ କେରଳ ଯାଇଥିବା ରାଜସ୍ବ ମନ୍ତ୍ରୀ କହିଛନ୍ତି।