ଶୁଭମୁକ୍ତି ଲାଭ କଲା "ଯାତ୍ରା ଯାଜ୍ଞସେନୀ’


ାା ପ୍ରଭାନୁ୍ୟଜ ।ା ଦାନଗଦୀ: କଳିଙ୍ଗନଗର ଅଞ୍ଚଳର ଯାତ୍ରା ‘ଯାଜ୍ଞସେନୀ’ର ଶୁଭାରମ୍ଭ ହୋଇଛି । ଆଡ଼ଭୋକେଟ ସୁଦୀପ୍ତା ସିଂଙ୍କ ପ୍ରଯୋଜିତ ମା’ ହିଙ୍ଗୁଳା ଏଣ୍ଟରଟେନମେଣ୍ଟ ନିବେଦିତ ଏହି ନାଟ୍ୟ ଅନୁଷ୍ଠାନଟିର ଜନ୍ମ ଦାନଗଦୀ ବ୍ଲକର ଯଖପୁରା ଗାଁ ରେ ହୋଇଛି । ଓଡ଼ିଆ କଳା ସଂସ୍କୃତିକୁ ବଞ୍ଚାଇ ରଖିବା ସହ ଓ କଳାକାର ମାନଙ୍କୁ ଭଲ ପାଉଥିବା ଜଣେ ଯୁବ ସମାଜସେବୀ ପ୍ରସନ୍ନଜିତ ନାୟକଙ୍କ ପ୍ରଚେଷ୍ଟାରେ ନାଟ୍ୟ ଅନୁଷ୍ଠାନଟିରେ ଓଡିଶାର ବହୁ ନାମିଦାମୀ ନାଟ୍ୟକାର, ନିଦେ୍ର୍ଦଶକ, ସଂଗୀତ ନିଦେ୍ର୍ଦଶକ ଓ ନୂଆ ପୁରୁଣା ବଛାବଛା କଳାକାରର ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ । ଦାନଗଦୀ ଠାରେ ଉଦଘାଟିତ ଯାତ୍ରା ଯାଜ୍ଞସେନିର ଉଦଘାଟନ ଉତ୍ସବରେ ଚଳଚିତ୍ର ଅଭିନେତା ତଥା ଯାତ୍ରା ନିଦେ୍ର୍ଦଶକ ଅଶ୍ରୁମୋଚନ ମହାନ୍ତି ଯୋଗ ଦେଇ ଯାତ୍ରା ଯାଜ୍ଞସେନି କିଛି ନୁଆଁଧରଣର କାହାଣୀ ଓ ଭାବନା ନେଇ ଆସିଛି କହିବା ସହ ଏହି କାରଖାନା ଅଞ୍ଚଳର ଲୋକମାନଙ୍କ ହୃଦୟ ବହୁତ ବଡ଼ ବୋଲି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ତଥା ବରିଷ୍ଠ ନାଟ୍ୟକାର ସୁଧାଂଶୁ ନାୟକ କହିଛନ୍ତିଯେ, ଯାତ୍ରା ଯାଜ୍ଞସେନି ଓଡିଶାର ଦର୍ଶକମାନଙ୍କୁ  ଭରପୁର ମନୋରଞ୍ଜନ ଦେବା ସହ ସମାଜ ସଂସ୍କାର ପାଇଁ ବାର୍ତ୍ତା ଦେବ । ଓଡିଶାବାସୀ ଏହି ଯାତ୍ରାରେ କିଛି ନୂଆ କଥା ଦେଖିବେ ଓ ପ୍ରଯୋଜକଙ୍କ ସ୍ୱପ୍ନ ନିଶ୍ଚିତ ପୂରଣ ହେବ ବୋଲି କହିଛନ୍ତି । ଅଭିଜ୍ଞ କଳାକାର ସଙ୍ଖାଳି, ନାଟ୍ୟକାର ନିଦେ୍ର୍ଦଶକ ହର ବାରିକ, ନାଟ୍ୟକାର ଜୀବନ ଜେନା, ସଂଗୀତ ନିଦେ୍ର୍ଦଶକ ମିହିର ମହାନ୍ତି, ତାପସ ସ୍ୱାଇଁ, ଅମୃତାଷ୍ଣୁ ପଟ୍ଟନାୟକ ଉପସ୍ଥିତ ଥିଲେ । ଅନ୍ୟତମ ପ୍ରଯୋଜିକା ମମିତା ନାୟକ, ଅତିଥି ଭାବେ ବିଶ୍ୱଜିତ ରାଜ, ସୁଧାଂଶୁ ଭଞ୍ଜ, ପ୍ରଶାନ୍ତ ରାୟ, ହଳଧର ନାୟକ, ନିହାର ବଳ, ବାବୁଲି ନାଟିଆ, କୈଳାଶ ଜେନା, ରାଜା ସାମଲ ଓ ହଜାର ହଜାର ଦର୍ଶକଙ୍କ ଉପସ୍ଥିତରେ ଶୁଭମୁକ୍ତି ହୋଇଥିଲା ।