ବରିଷ୍ଠ ନାଗରିକ ସଂଘ ପକ୍ଷରୁ ପୁସ୍ତକ ବଣ୍ଟନ
ଯାଜପୁର ଟାଉନ : ବରିଷ୍ଠ ନାଗରିକ ସଂଘ ଯାଜପୁର ପକ୍ଷରୁ ମହାବୀର ହାଇସ୍କୁଲ କପାସି ଠାରେ ବୃକ୍ଷରୋପଣ କରାଯିବା ସହ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉପାଦେୟ ପୁସ୍ତକ ବଣ୍ଟନ କରାଯାଇଥିଲା । ପ୍ରଧାନଶିକ୍ଷକ ହୃଦାନନ୍ଦ ଦାସଙ୍କ ସଞ୍ଚାଳନରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଘର ସମ୍ପାଦକ ପ୍ରବୋଧ ନାୟକ, ଉପସଭାପତି ଉଦୟନାରାୟଣ ପରିଡ଼ା, ଅବସରପ୍ରାପ୍ତ କର୍ମ·ରୀ ସଂଘର ସଭାପତି ଗଦାଧର ରାଉତ, ସହସମ୍ପାଦକ ବୃନ୍ଦାବନ ମିଶ୍ର, କୋଷାଧ୍ୟକ୍ଷ ଗୋପୀନାଥ ସେଠୀ, ଶିକ୍ଷାବିତ୍ ବିଷ୍ଣୁ ଚରଣ ଲେଙ୍କା, ପ୍ରାକ୍ତନ ପ୍ରଫେସର ବିଷ୍ଣୁ ଚରଣ ବେହେରା, ସୁବାସ ଚନ୍ଦ୍ର ମହାପାତ୍ର, ଶିକ୍ଷାବିତ୍ ମିହିର ରଞ୍ଜନ ନାୟକ, ଅଧିକାରୀ ନବକିଶୋର ଦାସ ଓ ପିତାମ୍ବର ସ୍ୱାଇଁ ଆଦି ଉପସ୍ଥିତ ରହିଥିଲେ । ଅବସରପ୍ରାପ୍ତ କର୍ମ·ରୀ ସଂଘର ଉପସଭାପତି ଧନଞ୍ଜୟ କେଶରୀ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।