ନିୟମିତ ଆମ ପୁଲିସ ସମିତି ବୈଠକ ବସିବାକୁ ଦାବି
ାା ପ୍ରଭାନୁ୍ୟଜ ।ା ବେତନଟୀ: ବେତନଟୀ ସହର ଅଠର ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଏବଂ ବିଭିନ୍ନ ଅଞ୍ଚଳ ସହିତ ସଡ଼କ ପଥରେ ଯୋଗାଯୋଗ ରହିବା ସହିତ ରେଳଚଳାଚଳ ଓ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳ ଠାରୁ ପଡୋଶୀ ରାଜ୍ୟକୁ ବସ୍ ଚଳାଚଳ ରହିଛି । ବାରିପଦା ଓ ବାଲେଶ୍ୱର ସହରର ମଧ୍ୟବର୍ତ୍ତୀ ସ୍ଥାନ ହୋଇଥିବାରୁ ଲୋକମାନେ ସେଠାରେ ଗୃହ ନିର୍ମାଣ ନ କରି ଏହି ସହରଟି ଅପେକ୍ଷାକୃତ ଶସ୍ତା, ଦାଦାବଟି, ସରକାରୀ କଟକଣା ନ ଥିବା ସ୍ୱାସ୍ଥ୍ୟକର ଜଳବାୟୁ ଭେଦଭାବ ବା ବାଦବିବାଦ ନଥିବା ଏବଂ ସବୁଠାରୁ ଶାନ୍ତିପୂର୍ଣ୍ଣ ସହର ଭାବେ ବେତନଟୀର ସ୍ୱତନ୍ତ୍ର ପରିଚୟ ରହିଛି । ମାତ୍ର ଏହାର ସୁଯୋଗ ନେଇ ପୁଲିସ ବିଭାଗ ଠାରୁ ଅବକାରୀ, ବ୍ଲକ, ତହସିଲ, ସ୍ୱାସ୍ଥ୍ୟ, ଜଙ୍ଗଲ ଓ ବିଦୁ୍ୟତ ବିଭାଗ ପର୍ଯ୍ୟନ୍ତ ଲୋକଙ୍କୁ ଅଧିକ ଶୋଷଣ କରିଆସୁଥିଲେ ସୁଦ୍ଧା ପୁଲିସ ବା ଅବକାରୀ ବିଭାଗର ଦାୟିତ୍ୱହୀନତାକୁ ଚ୍ୟାଲେଞ୍ଜ କରାଯାଇ ନଥାଏ । ଯେଉଁଥିପାଇଁ କି ଛୋଟ ବଡ଼ ଅପରାଧ ଠାରୁ ଚୋରା କାରବାର ସାଙ୍ଗକୁ ବିଭିନ୍ନ ପ୍ରକାରର ମାଦକ ଦ୍ରବ୍ୟର ଅବାଧ ଲଗାମ ଛଡା ଚୋରା କାରବାର ପାଇଁ ନିଶାସକ୍ତ ଅପରାଧୀଙ୍କ ସଂଖ୍ୟା ବର୍ଷକୁ ବର୍ଷ ବଢ଼ିଚାଲିଛି । ଏହି ସହରରେ ସ୍ଥାନୀୟ ଲୋକଙ୍କ ସଂଖ୍ୟା ଚାଳିଶ ପ୍ରତିଶତ ହେଲେ ଷାଠିଏ ପ୍ରତିଶତ ବାହାରୁ ଆସିଥିବା ଲୋକ ଅଟନ୍ତି । ସେମାନଙ୍କ ମଧ୍ୟରୁ ପୁଣି ସରକାରୀ ବେସରକାରୀ ଚାକିରି କରିଥିବା ଲୋକ ଥିବାବେଳେ ବାକି ଛୋଟବଡ଼ ବ୍ୟବସାୟୀ ଏବଂ ମାଫିଆ କଳାବଜାରୀଙ୍କ ସଂଖ୍ୟା ମଧ୍ୟ କମ ନୁହେଁ । ଏହା ସହିତ ସ୍ଥାନୀୟ ଶ୍ରମିକ ଓ କାରିଗରମାନେ କାମ କରୁ ନଥିବାର ସୁଯୋଗ ନେଇ ବାହାର ପଶ୍ଚିମବଙ୍ଗର ମୁର୍ଶିଦାବାଦ ଏବଂ ପୂର୍ବବଙ୍ଗର କୁଲି, ମିସ୍ତ୍ରି, ଫେରିବାଲା, ଠିକାଦାରଙ୍କ ସଂଖ୍ୟା ଏଠାରେ ଅଧିକ । ଯେଉଁମାନଙ୍କର କି ସଠିକ ପରିଚୟ ସ୍ଥାନୀୟ ପୁଲିସ ଥାନାରେ ନାହିଁ । ଏଣୁ ବିଭିନ୍ନ ପ୍ରକାରର ପେଷାଦାର ଅପରାଧୀ ଠାରୁ କିଛି କାମ ନ କରି କେବଳ ଦଲାଲି ଓ ମାଫିଆଗିରି କରି ଏବଂ ଅନେକ ଲୋକ ଅବକାରୀ ଓ ପୁଲିସ ବିଭାଗ ଆଖିରେ ଧୂଳିଦେଇ ଅବାଧ ଚୋରା ନିଶା କାରବାର ଚଳାଇ ଚାଲିବା ଯୋଗୁଁ ନିଶାଡିଙ୍କ ସଂଖ୍ୟା ବଢ଼ି ଚାଲିଛି । ସହରର ଛାତି ଉପରେ ଗୋଟିଏ ଠିପି ବନ୍ଦ ସରକାରୀ ମଦ କାଉଣ୍ଟର ଚାଲିଥିବାବେଳେ ଅଠର ନମ୍ବର ଜାତୀୟ ରାଜପଥର ତୁଳସୀ ଚୌରା ମୌଜା, ଯାହା ବେତନଟୀ ସହରାଞ୍ଚଳ ମଧ୍ୟରେ ଓ ଢ଼ାବାମାନଙ୍କରେ ଦିନରାତି ମଦ କାଉଣ୍ଟର ଖୋଲା ରହୁଛି । ବାହାରର ଅପରାଧୀମାନଙ୍କ ଚଳପ୍ରଚଳ, ସନେ୍ଦହଜନକ ଆଚରଣକୁ ଲକ୍ଷ୍ୟ ରଖିବା ସ୍ଥାନୀୟ ପୁଲିସର ହୋଇଥିଲେ ବି ନଜର ରଖୁନଥିବା କାରଣରୁ ବିଭିନ୍ନ ପ୍ରକାରର ଛୋଟବଡ ଅପରାଧ ଓ ହତ୍ୟାକାଣ୍ଡ ଭଳି ଘଟଣା ଘଟି ଚାଲିଥିବାବେଳେ ଅପରାଧୀ ସମସ୍ତଙ୍କ ଆଖିରେ ଧୂଳି ଦେଇ ଖୋଲାଖୋଲି ଚଳପ୍ରଚଳ କରିଥାନ୍ତି । ପୋଲିସ କେବଳ ଥାନା ପରିସୀମା ଭିତରେ ଡୁ୍ୟଟି କରୁଥିବା ଗାଡ଼ି ମୋଟର ଚେକିଂ କରୁଥିବାବେଳେ ସହର ଭିତରେ ସେଲୁନ ଠାରୁ ଚା ସର୍ବତ ଲସି ଦୋକାନ ଠାରୁ ଭୂଷିମାଲ, ଫାଷ୍ଟ ଫୁଡ ଦୋକାନରେ ବି ଦେଶୀ ବିଦେଶୀ ମଦ ରାସ୍ତା କଡ଼ ପାନ ଦୋକାନ ମାନଙ୍କରେ ମିଳି ପାରୁଛି । ଏବେ ଗତ ୧୩/୧୦/୨୪ ରିଖ ଦିନ ବସଷ୍ଟାଣ୍ଡ ସାର୍ବଜନୀନ ଦୁର୍ଗାପୂଜା କମିଟିର ଜଣେ ସଦସ୍ୟ ତଥା ପୂର୍ବତନ ସରପଞ୍ଚଙ୍କ ପୁଅର ନିର୍ମମ ହତ୍ୟାକାଣ୍ଡ ପାଇଁ ସାରା ସହରରେ ଭୟର ବାତାବରଣ ସହିତ କୋକୁଆ ଭୟ ସୃଷ୍ଟି ହୋଇଛି । ଯାହାକି ବେତନଟୀ ବା ବୈଶିଙ୍ଗା ପୁଲିସ ପ୍ରକୃତ ହତ୍ୟାକାରୀମାନଙ୍କୁ ଚିହ୍ନଟ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବାରୁ ସହରବାସୀ ଓ ଅଞ୍ଚଳବାସୀ ନିୟମିତ ଆମ ପୁଲିସ ସମିତି ବୈଠକ ବସିବା ପାଇଁ ଦାବି କରିଛନ୍ତି । ଯେଉଁ ବୈଠକରେ ଅପରାଧ ଓ ଅପରାଧୀମାନଙ୍କ ଗତିବିଧି କାର୍ଯ୍ୟକଳାପ ସଚେତନ ଜନସାଧାରଣଙ୍କ ସହିତ ନିର୍ବାଚିତ ଲୋକ ପ୍ରତିନିଧି ।ନଙ୍କଠାରୁ ସହଜରେ ପାଇ ପାରିଥାନ୍ତି । ମାତ୍ର ଏହା ନିୟମିତ ବସୁ ନ ଥିବାରୁ ଲୋକେ ପୁଲିସ ବିଭାଗକୁ ଅପରାଧ ଘଟିବା ପାଇଁ ଦାୟୀ କରିଛନ୍ତିି । ଏଣୁ ନିୟମିତ ଆମ ପୁଲିସ ସମିତି ବୈଠକ ବସିବା ପାଇଁ ବେତନଟୀ ଅଞ୍ଚଳବାସୀ ଦାବି କରିଛନ୍ତି ।