ବେଗୁନିଆରୁ ପ୍ରଦୀପ, ଖୋର୍ଦ୍ଧାରୁ ରାଜେନ୍ଦ୍ର

biju janata dal

ବେଗୁନିଆରୁ ପ୍ରଦୀପ, ଖୋର୍ଦ୍ଧାରୁ ରାଜେନ୍ଦ୍ର

ବେଗୁନିଆରୁ ପ୍ରଦୀପ, ଖୋର୍ଦ୍ଧାରୁ ରାଜେନ୍ଦ୍ର
ଭୁବନେଶ୍ୱର : ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଉ ୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି  । ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ତାଙ୍କର ପୁରୁଣା ଆସନ ଖୋର୍ଦ୍ଧାରୁ ଟିକେଟ ମିଳିଛି  । ସେହିପରି କଂଗ୍ରେସରୁ ଆସି ବିଜେଡ଼ିରେ ମିଶିଥିବା ପ୍ରଦୀପ ସାହୁଙ୍କୁ ବେଗୁନିଆ ଟିକେଟ ଦିଆଯାଇଛି  । ଅପରପକ୍ଷରେ ଭୋଗରାଇରୁ ଲଢ଼ିବେ ଗୌତମବୁଦ୍ଧ ଦାସ  । ସାମ୍ବାଦିକତାରୁ ସେ ରାଜନୀତିକୁ ଆସିଛି  । ଗାଏମୋଟ କହିଲେ ୩ ଆସନରେ ଦଳ ନୂଆ ପ୍ରାର୍ଥୀ ଦେଇଛି  ।

ଟିକେଟ ଘୋଷଣା ପରେ ଖୋର୍ଦ୍ଧା ଓ ବେଗୁନିଆ ରାଜନୀତିକ ମାହୋଲ ସରଗରମ ହୋଇଯାଇଛି  । ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ଟିକେଟ କଟିଥିବାବେଳେ ଭୋଗରାଇ ବିଧାୟକ ଅନନ୍ତ ଦାସ ନିଜ ପୁଅଙ୍କ ପାଇଁ ଟିକେଟ ଲବି କରୁଥିଲେ  । 

ଭୋଗରାଇ : ଗୌତମବୁଦ୍ଧ ଦାସ
ବେଗୁନିଆ : ପ୍ରଦୀପ ସାହୁ
ଖୋର୍ଦ୍ଧା : ରାଜେନ୍ଦ୍ର ସାହୁ