ଲୋକସଭା ‘ଅଟୋ’ ପାଇଁ ହାରିଲା ବିଧାନସଭା ‘ଅଟୋ’

ElectionResult

ଲୋକସଭା ‘ଅଟୋ’ ପାଇଁ ହାରିଲା ବିଧାନସଭା ‘ଅଟୋ’

ଭୁବନେଶ୍ୱର : ଘସିପୁରାରେ ଲୋକସଭା ‘ଅଟୋ’ ପାଇଁ ବିଧାନସଭା ‘ଅଟୋ’ ହାରିଯାଇଛି  । ନିର୍ବାଚନ ପରିସଂଖ୍ୟାନକୁ ଦେଖିଲେ ଏଭଳି ମନେହେଉଛି  । ସୌମ୍ୟ ରଞ୍ଜନ ପଟ୍ଟନାୟକ ଏଥର ଘସିପୁରାରୁ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିଲେ  । ସ୍ୱାଧୀନ ପ୍ରାର୍ଥୀ ଭାବେ ତାଙ୍କୁ ଅଟୋ ଚିହ୍ନ ମିଳିଥିଲା  । ନିର୍ବାଚନରେ ସେ ୬୮୭୦୫ ଖଣ୍ଡ ଭୋଟ ପାଇଥିଲେ  । ବଦ୍ରି ପାତ୍ରଙ୍କ ଠାରୁ ୧୩୮୧୧ ଖଣ୍ଡ ଭୋଟରେ ହାରି ଯାଇଥିଲେ ସୌମ୍ୟରଞ୍ଜନ  । ତେବେ ସବୁଠାରୁ ବଡ଼ କଥାଟି ହେଉଛି ଲୋକସଭାରେ ସ୍ୱାଧୀନ ଭାବେ ଲଢ଼ିଥିଲେ ଜନ ମିରନ ମୁଣ୍ଡା  । ତାଙ୍କୁ ବି ଅଟୋ ଚିହ୍ନ ମିଳିଥିଲା  । ସେ  ମୋଟ୍‌ ୩୧୭୩୬ ଭୋଟ ପାଇଥିବାବେଳେ କେବଳ ଘସିପୁରାରୁ ୨୮ ହଜାର ଭୋଟ ପାଇଛନ୍ତି  । ସୌମ୍ୟଙ୍କ କ୍ରେଜ ଥିବାରୁ ଅଟୋ ଚିହ୍ନ ପ୍ରତି ଲୋକଙ୍କ ଆଗ୍ରହ ଥିଲା  । ତେଣୁ ସୌମ୍ୟଙ୍କ ଭୋଟ୍‌ ଲୋକସଭା ଆଡ଼କୁ ଯାଇଥିବା କୁହାଯାଉଛି  । ଯାହାଫଳରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି ବୋଲି ଘସିପୁରାରେ ଚର୍ଚ୍ଚା ହେଉଛି  । ଆଜି ଏନେଇ ସୌମ୍ୟବି ମନ୍ତବ୍ୟ ଦେଇଛନ୍ତି  । ସେ କହିଛନ୍ତିଯେ, ନିର୍ବାଚନ କମିଶନ ଲୋକସଭା ଓ ବିଧାନସଭାରେ ସ୍ୱାଧୀନ ପ୍ରାର୍ଥୀଙ୍କୁ ସମାନ ଚିହ୍ନ ଦେବା ଉଚିତ୍‌ ନୁହେଁ  । ଯାହାଫଳରେ ଲୋକେ ଦ୍ୱନ୍ଦ୍ୱରେ ପଡୁଛନ୍ତି  । ଏଦିଗରେ ଦୃଷ୍ଟିଦେବାକୁ ସେ ନିବେଦନ କରିଛନ୍ତି  ।