ବରିଷ୍ଠ ନାଗରିକ ସଂଘର ବାର୍ଷିକୋତ୍ସବ
ଯାଜପୁର : ଜିଲ୍ଲା ସମ୍ପର୍କ ବରିଷ୍ଠ ନାଗରିକ ସଂଘ ଶଙ୍ଖଚିଲାର ବାର୍ଷିକ ପ୍ରତିଷ୍ଠା ଉତ୍ସବ ମା ହିଙ୍ଗୁଳା ପୀଠରେ ଅନୁଷ୍ଠିତ ହୋଇଛି । ଉତ୍ସବରେ କୋରେଇ ବିଧାୟକ ଆକାଶ ଦାସ ନାୟକ ଅତିଥି ରୂପେ ଯୋଗ ଦେଇଥିଲେ । ସଭାପତି ଚକ୍ରଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ଉପେନ୍ଦ୍ର ସ୍ୱାଇଁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଅତିଥି ବିଧାୟକ ଶ୍ରଦାସନାୟକ ସଂଘ କାର୍ଯ୍ୟାଧାରାକୁ ପ୍ରଶଂସା କରିବା ସହ ସଭ୍ୟମାନଙ୍କ ସୁସ୍ଥସ୍ୱାସ୍ଥ୍ୟ କାମନା କରିଥିଲେ । ସମ୍ମାନିତଅତିଥି ରୂପେ ଜିଲ୍ଲା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ରବୀନ୍ଦ୍ର ନାଥ ବେହେରା, ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ବରିଷ୍ଠ ନାଗରିକ ମହାସଂଘର ରାଜ୍ୟ ଉପ ସଭାପତି ପ୍ରବୋଧ କୁମାର ନାୟକ, ବ୍ୟାସନଗର ବରିଷ୍ଠ ନାଗରିକ ସମ୍ପାଦକ ଚନ୍ଦ୍ରମଣି ସାମଲ, ଦାନଗଦୀ ବରିଷ୍ଠ ନାଗରିକ ସଭାପତି କଳାକାର ସ୍ୱାଇଁ ପ୍ରମୁଖ ଯୋଗ ଦେଇ ବରିଷ୍ଠ ନାଗରିକଙ୍କର ସମାଜ ପ୍ରତି ଆବଶ୍ୟକତା ଓ ସେମାନଙ୍କର ସମସ୍ୟା ସମାଧାନ ଉପରେ ଆଲୋକପାତ କରିଥିଲେ । ସହ ସମ୍ପାଦକ ମଣି ଚରଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସଂଘ କୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ଦାସ, ଉପସଭାପତି ବେଣୁଧର ଗୁରୁ, ବିମ୍ବାଧର ସାହୁ, ଗଜେନ୍ଦ୍ର ମହାକୁଡ଼, ଲଷ୍ମୀଧର ଦାଶ, ଅଚୁ୍ୟତାନନ୍ଦ ସାହୁ, କୀର୍ତନ ବିହାରୀ ସାହୁ, ବଳରାମ ବାରିକ, ଦଶରଥ ସାହୁ, ନବଘନ ବିନ୍ଧାଣୀ, କାର୍ତିକ ଗୁରୁ, ଧନେଶ୍ୱର ନାଥ, ଭୀମ ଚରଣ ସାହୁ, ପ୍ରଭାକର ସାହୁ ପ୍ରମୁଖ ସହଯୋଗ କରିଥିଲେ ।