ଅଗ୍ନିକାଣ୍ଡରେ ଦୋକାନ ଘର ସହ ୩ ବଖରା ପୋଡ଼ି ପାଉଁଶ

 ବନ୍ତ : ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚାୟତ ନାହୋ ଗ୍ରାମର ଚିନ୍ତାମଣି ବିଶ୍ୱାଳ, ବାବୁଲି ବିଶ୍ୱାଳଙ୍କ ୩ ବଖରା  ପୋଡି ପାଉଁଶ ହେବା ସହିତ ପ୍ରାୟ ୨ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି । ସୂଚନାରୁ ପ୍ରକାଶ ମଙ୍ଗଳବାର ସନ୍ଧ୍ୟା ୭ ଟା ସମୟରେ ବିଦୁ୍ୟତ ସର୍ଟସର୍କିଟରେ ନିଆଁ ଲାଗିଥିବା ସୂଚନା ମିଳିଥିବା ବେଳେ ଭଣ୍ଡାରିପୋଖରୀ ଦମକଳ ପହଞ୍ଚôବା ବେଳେ ସବୁ ପୋଡି ପାଉଁଶ ହୋଇଯାଇଛି । ସେଥିମଧ୍ୟରୁ ଗୋଟେ ଦୋକାନ ଘର ଥିବା ବେଳେ ସେଥିରୁ ବେପାର କରି ଘରର ଗୁଜୁରାଣ ମେଣ୍ଟାଉଥିଲେ । ଅଗ୍ନି ବିପନ୍ନକୁ ବନ୍ତ ତହସିଲ ପକ୍ଷରୁ ପଲଥିନ ଯୋଗାଇଦେଇଥିବା ବେଳେ ଅଗ୍ନିବିପନ୍ନ କ୍ଷେତିଗ୍ରସ୍ତଙ୍କୁ ଶୀଘ୍ର ସରକାରୀ ସହାୟତା ଯୋଗାଇଦେବା ପାଇଁ ଅଞ୍ଚଳବାସୀ ଦାବି କରିଥାନ୍ତି ।