ବାଂଲାଦେଶରେ ହିନ୍ଦୁ ଆକ୍ରମଣ ପ୍ରତିବାଦରେ ଶୋଭାଯାତ୍ରା

 ବ୍ୟାସନଗର : ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ବର୍ବରୋଚିତ ଆକ୍ରମଣ ପ୍ରତିବାଦରେ ଭାରତ ସ୍ୱାଭିମାନ ଟ୍ରଷ୍ଟ ପତଞ୍ଜଳୀ ଯୋଗ ସମିତି ବ୍ୟାସନଗର ଶାଖା ପକ୍ଷରୁ ପ୍ରତିବାଦ କରାଯାଇଛି । ପତଞ୍ଜଳୀ ଯୋଗସମିତି ଜିଲ୍ଲା ପ୍ରଭାରୀ ଅଧ୍ୟାପକ ବିବେକାନନ୍ଦ ଜେନା ଓ ତହସିଲ ପ୍ରଭାରୀ ଅଧ୍ୟାପକ କ୍ୟାପଟେନ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ସଭ୍ୟସଭ୍ୟା ପ୍ରତୀକାତ୍ମକ ସଭା ଓ ଶୋଭାଯାତ୍ରାରେ ସାମିଲ ହୋଇ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣର ନିନ୍ଦା କରିଥିଲେ । ଶୋଭାଯାତ୍ରା ବ୍ୟାସନଗର ସ୍ୱୟଂ ଶାସିତ କଲେଜରୁ ବାହାରି ଚୋରଦା ଓ ଧବଳଗିରି ଛକ ହୋଇ ପୁନଶ୍ଚ ମହାବିଦ୍ୟାଳୟକୁ ଫେରିଥିଲା । କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ପତଞ୍ଜଳୀ ଯୋଗ ସମିତିର ଜିଲ୍ଲା ସହ ପ୍ରଭାରୀ ବିଭୀଷଣ ନାୟକ, ବ୍ୟାସନଗର ତହସିଲ ଯୁବ ପ୍ରଭାରୀ ପ୍ରବୀର ସ୍ୱାଇଁ, ଅବସରପ୍ରାପ୍ତ ପ୍ରାଧ୍ୟାପକ କାମଦେବ ଦାଶ, ନିର୍ବାହୀ ଅଧିକାରୀ ଅଲେଖ ଜେନା, ବିଜୟ ନାଥ ଶର୍ମା, ପ୍ରଦୀପ ସାମଲ, ଇଞ୍ଜିନିୟର ବସନ୍ତ ଚୌଧୁରୀ, ଶ୍ରୀନୀବାସ ରାଜୁ, କିରଣ ରାଜୁ, ନରେନ୍ଦ୍ର ଦାଶ, ଅନାଦି ଚରଣ ଓଝା, ସୁରେନ୍ଦ୍ର ନାୟକ, ଶିକ୍ଷକ ଅବିନାଶ ମହାନ୍ତି, ସ୍ମୃତି ରଞ୍ଜନ ନାୟକ, ରାହାସ ବିହାରି ପାତ୍ର, ପିକେତ୍ରିପାଠୀ, ରାଜେଶ ପତି, ଦିଲ୍ଲୀପ କୁମାର ଦଳାଇ, ଧର୍ମେନ୍ଦ୍ର ସାହୁ, ରଶ୍ମିରଞ୍ଜନ ସାହୁ, ରବିନ୍ ପଣ୍ଡା, ବିଜୟ କୁମାର ବେହେରା, ବିଜୟ କୁମାର ବରାଳ ଚାଟାର୍ଡ ଆକାଉଣ୍ଟାଟ ପିତବାସ ସାହା ଓ ଶ୍ରୀଧର ବେହେରା ପ୍ରମୁଖ ସହଯୋଗ କରିଥିଲେ ।