ବେଆଇନ ବାଲି ଉଠାଣକୁ ବିରୋଧ; ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ
ଯାଜପୁର ଟାଉନ : ଧର୍ମଶାଳା ତହସିଲ ଅନ୍ତର୍ଗତ ରାଇଛନ୍ଦା ବାଲିଘାଟରେ ବେଆଇନ ଭାବେ ବାଲି ଉଠାଣକୁ ବିରୋଧ କରି ବୁଧବାର ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ ରାଇଛନ୍ଦା ବାଲିଘାଟ ନିଲାମ ଅବଧି ପୁରି ଯାଇଛି । ଏ ସମ୍ପର୍କରେ ଡିଡିଏମଙ୍କୁ ଲିଖିତ ଅଭିଯୋଗ ୨୦୨୪ ମସିହା ନଭେମ୍ବର ୨୬ ତାରିଖରେ କରାଯାଇଥିଲା । ଡିଡିଏମ କାର୍ଯ୍ୟାଳୟରୁ ଗତ ମାର୍ଚ୍ଚ ମାସ ୧୧ ତାରିଖରେ ରାଇଛନ୍ଦା ବାଲିଘାଟର ଅବଧି ସରିଯାଇଛି ବୋଲି ଏକ ପ୍ରମାଣପତ୍ର ଦେଇଥିଲେ । ଯାହାର ଏକ କପି ଜିଲ୍ଲାପାଳଙ୍କ ଅବଗତି ନିମନ୍ତେ ଦିଆଯାଇଛି । କିନ୍ତୁ ବର୍ତମାନ ବାଲି ମାଫିଆମାନେ ଘାଟରୁ ମେସିନ ସାହାଯ୍ୟରେ ଓଭରଲୋଡ଼ିଂ କରି ବାଲି ନେଉଛନ୍ତି । ଗାଡ଼ି ଯିବା ରାସ୍ତାରେ ବାଲି ପାଣି ଜମା ହେବାରୁ ସେହି ରାସ୍ତାରେ ଯାଉଥିବା ସ୍କୁଲ ପିଲା, ପଥଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ସହ ଦୁର୍ଘଟଣା ମଧ୍ୟ ହେଉଛି । ବେଆଇନ ଅନୁଯାୟୀ ଚାଲୁଥିବା ଏହି ବାଲି ଘାଟରେ ସୂଚନାଫଳକ, ସିସିକ୍ୟାମେରା, ସୀମା ନିର୍ଦ୍ଧାରଣ ପିଲର ଖୁଂଟ ନଥିବାବେଳେ ଜେସିବି ମେସିନ ସାହାଯ୍ୟରେ ଶହ ଶହ ଟ୍ରିପ୍ ବାଲି ଉଠାଯାଇ ବାହାରକୁ ଚାଲାଣ କରାଯାଉଛି । ଏଣୁ ଏ ସମ୍ପର୍କରେ ଜିଲ୍ଲାପାଳ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଅଧିôବାସୀମାନେ ଦାବି କରିଛନ୍ତି ।