ଏହି ସୁବୁ ଜିଲାରେ ହେବ ଘନ କୁହୁଡି: ସତର୍କ ଜାରି

ଏହି ସୁବୁ ଜିଲାରେ ହେବ ଘନ କୁହୁଡି: ସତର୍କ ଜାରି

ଭୁବନେଶ୍ୱର,: ରାଜ୍ୟରେ ଶୀତର ପକୋପ ଜାରି ରହିଛି। ଏଭଳିସ୍ଥିତିରେ ଘନ କୁହୁଡିକୁ ନେଇ ୩ ଜିଲାକୁ ଦୁଇ ଦିନିଆ ୟେଲୋ ୱାର୍ନିଂ ଜାରି କରିଛି ପାଣିପାଗ ବିଭାଗ। ୧୧ ତାରିଖ ସକାଳରେ ସୁନ୍ଦରଗଡ଼, କୋରାପୁଟ, କନ୍ଧମାଳ ଜିଲାରେ ଘନ କହୁଡ଼ି ଦେଖାଦେବ। ଏନେଇ ସତର୍କ ସୂଚନା ଦିଆଯାଇଛି। ପୋଲିସ ଏବଂ ପରିବହନ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ପାଣିପାଗ ବିଭାଗ ପକ୍ଷରୁ ଏସ୍‌ଆର୍‌ସିଙ୍କୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷେ ଗୁରୁବାର ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫.୨ ଡିଗ୍ରୀ ରହିଛି । ଗୁରୁବାର ରାଜ୍ୟର ସବୁଠାରୁ ଶୀତର ସହର ଭାବେ ଚିହ୍ନଟ ହୋଇଛି। ଜି. ଉଦୟଗିରିରେ ଅଧିକାଂଶ ସମୟରେ ସର୍ବନିମ୍ନ ତାପମାତ୍ରା ରହୁଛି। ଫଳରେ ସରକାର ଜି. ଉଦୟଗିରିକୁ ଶୀତଳ ସହର ଭାବେ ଘୋଷଣା କରି ଏଠାରେ ଶୀତ ମହୋତ୍ସବ କରିବା ପାଇଁ ବ୍ୟବସାୟୀ ସଂଘ ସଭାପତି ସମୀର କୁମାର ପାଢୀ, ସମ୍ପାଦକ ଅରୁଣ କୁମାର ଶାଢଙ୍ଗୀ, ଯୋଗ ଗୁରୁ ବଟକୃଷ୍ଣ ଦାଶ, ମଟର କର୍ମଚାରୀ ସଂଘର ସଭାପତି ରାଜେନ୍ଦ୍ର ମହାପାତ୍ର ପ୍ରମୁଖ ଦାବି କରିଛନ୍ତି। ଏପରିକି ଜି.ଉଦୟଗିରିକୁ ସ୍ବତନ୍ତ୍ର ଇକୋ ପର୍ଯ୍ୟଟନସ୍ଥଳୀ ଘୋଷଣା କରିବାକୁ ଦାବି କରିଛନ୍ତି। କିଛି ଦିନ ହେଲ ଏଠାରେ ପ୍ରବଳ ଶୀତ ଓ ଘନ କୁହୁଡ଼ି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଘନ କୁହୁଡ଼ି ଯୋଗୁ ଯାନବାହନ ଚଳାଚଳରେ ମଧ୍ୟ ଅସୁବିଧା ହେଉଛି।