ସ୍ୱାଧୀନତା ସଂଗ୍ରାମୀ ପରିବାରଙ୍କୁ ସରକାରୀ ସହାୟତା ଦାବି
ନବରଙ୍ଗପୁର : ନବରଙ୍ଗପୁର ଠାରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକ ତରଫରୁ ଆସିଥିବା ସ୍ୱାଧୀନତା ସଂଗ୍ରାମର ଦାୟାଦ ଏବଂ ସହୀଦଙ୍କ ପରିବାରକୁ ନେଇ ପ୍ରାୟ ୨୦୦ଜଣଙ୍କୁ ଏକାଠି କରି ଏକ ଜରୁରୀ କାଳିନ ବୈଠକ ହୋଇଥିଲା । ଏହି ବୈଠକରେ ସ୍ୱାଧୀନତା ସଂଗ୍ରାମୀ/ ସହୀଦଙ୍କ ପରିବାରକୁ ଅବହେଳିତ ଏବଂ ଅସମ୍ମାନ କରାଯାଉଥିବା ନେଇ ଆଲୋଚନା କରାଯାଇଥିଲା । ସରକାର ବିଭିନ୍ନ ଯୋଜନା କରୁଛନ୍ତି । କିନ୍ତୁ ଦୁଃଖର କଥା ସ୍ୱାଧୀନତା ସଂଗ୍ରାମି ମାନେ ନିଜର ବଳିଦାନ ଦେଇ ସହୀଦ ହୋଇ ନିଜର ସବୁକିଛି ତ୍ୟାଗ କଲେ । କିନ୍ତୁ ତାଙ୍କ ପରିବାର ପ୍ରତି ଅନ୍ୟାୟ କରାଯାଉଛି । ବହୁତ ଦୁଖ କଷ୍ଟରେ ବଞ୍ଚୁଛନ୍ତି । ସରକାରର ସୁବିଧା ପାଇ ପାରୁନାହାନ୍ତି ବା କୌଣସି ଜାଗାରେ ତାଙ୍କୁ ସମ୍ମାନ ମିଳୁନାହିଁ । ଜିଲ୍ଲାର ଅନେକ ସମସ୍ୟା ଉପରେ ଆଲୋଚନା କରାଗଲା ଏବଂ ଏହି ସବୁ ସମସ୍ୟାର ସାମାଧାନ ପାଇଁ ସମସ୍ତଙ୍କ ସହମତି ଅନୁଯାୟୀ ଏକ ସ୍ୱାଧୀନତା ସଂଗ୍ରାମୀ ସ୍ମୃତି କମିଟି, ଜିଲ୍ଲା ନବରଙ୍ଗପୁର ଗଠନ କରାଯାଇଥିଲା । ବିଗତ ବର୍ଷ ଜିଲ୍ଲାପାଳ ଓ ୨୦୨୪ ମସିହାରେ ହୋଇଥିବା ମଣ୍ଡେଇରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କୁ ୧୦ ଦଫା ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ସେହି ଦାବି ଗୁଡିକ ମଧ୍ୟରୁ ପ୍ରମୁଖ ଥିଲା ସର୍ବ ପ୍ରଥମେ ସଂଗ୍ରାମୀ ପରିବାର ଦାୟଦ ମାନଙ୍କୁ ଚିହ୍ନଟ କରାଯାଉ ଏବଂ ପରିଚୟ ପତ୍ର ଦିଆଯାଉ, ସଂଗ୍ରାମୀ ପରିବାରର ସମସ୍ତଙ୍କୁ ଉତ୍ତମ ଶିକ୍ଷା ବ୍ୟବସ୍ଥା ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରି ଡିଗ୍ରୀ କଲେଜ ପଢିବା ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରାଯାଉ, ପରିବାରର ଜଣଙ୍କୁ ସରକାରୀ ଚାକିରି ଦିଆଯାଉ, ପରିବାରର ଜଣଙ୍କୁ ପେନସନ ବ୍ୟବସ୍ଥା କରାଯିବା ସହିତ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉ,ଯେଉଁ ଜାଗାରେ ସଂଗ୍ରାମ ହୋଇଥିଲା ସେହି ଜାଗାକୁ ଚିହ୍ନଟ କରାଯାଉ, ରାଷ୍ଟ୍ରୀୟ ସ୍ମାରକି ତଥା ଶହିଦ ହୋଇଥିବା ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମୂର୍ତ୍ତୀ ସ୍ଥାପନ କରାଯାଉ, ସଂଗ୍ରାମୀ ପରିବାର ବର୍ଗଙ୍କୁ ସରକାରୀ ଜାଗା ପ୍ରଦାନ କରାଯାଉ, ନବରଙ୍ଗପୁର ଜିଲ୍ଲା ମୁଖ୍ୟାଳୟ ଠାରେ ସ୍ୱାଧୀନତା ସଂଗ୍ରାମୀ ଏବଂ ଶହୀଦ ପରିବାର ପାଇଁ ସରକାରୀ ଜାଗା ଚିହ୍ନଟ କରାଯାଉ ତାଙ୍କର କାର୍ଯ୍ୟାଳୟ ପାଇଁ ଜାଗା ପ୍ରଦାନ କରାଯାଉ, ନବରଙ୍ଗପୁରର ବର୍ତ୍ତମାନ ତହସିଲ କାର୍ଯ୍ୟାଳୟ/ ତଥା ବ୍ରିଟିଶ ଜେଲ ଯେଉଁଠାରେ ଆମର ସ୍ୱାଧୀନତା ସଂଗ୍ରାମୀ ମାନେ ଜେଲ ଯାଇଥିଲେ ସେହି ଜେଲ/ ଅଫିସକୁ ରାଷ୍ଟ୍ରୀୟ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ତଥା ଶହୀଦମାନଙ୍କ ଉଦେ୍ଦଶ୍ୟରେ ନିର୍ମାଣ କରାଯାଉ, ପାପଡାହାଣ୍ଡି ସ୍ଥିତ ଟୁରୀ ନଦୀରେ ଯେଉଁ ସ୍ଥାନରେ ଗୁଳିକାଣ୍ଡରେ ଶହୀଦ ହୋଇଥିଲେ, ସେହି ଜାଗାକୁ ଏକ ଦର୍ଶନୀୟ ସ୍ଥାନ ତଥା ରାଷ୍ଟ୍ରୀୟ ସ୍ମାରକିର ରୂପ ଦିଆଯାଇ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଉ, ନବରଙ୍ଗପୁର ଜିଲ୍ଲା ଏକ ଶିଳ୍ପ ବିହିନ ଏବଂ ଅନୁନ୍ନତ ଜିଲ୍ଲା ଏଠାରେ ଲୋକ କେବଳ କୃଷି ଉପରେ ପ୍ରାୟ ନିର୍ଭର କରି ନିଜର ଜୀବିକା ସହ ପରିବାର ଭୋରଣ ପୋଷଣ କରିଥାନ୍ତି । ବର୍ତ୍ତମାନ ସୁଧା ନବରଙ୍ଗପୁର ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, ରେଲ ଲାଇନ, ବାଇପାସ ରୋଡ ହୋଇପାରିନାହିଁ ତଥା ଜିଲ୍ଲା ମୁଖ୍ୟ ଚିକସôାଳୟ ସହିତ ଅନ୍ୟ ଚିକିସôାଳୟରେ ଡାକ୍ତରଙ୍କ ଅଭାବ, ମେଡିକାଲକଲେଜ, ସେଣ୍ଟ୍ରାଲ ୟୁନିଭରସିଟି, ବିଇଡି କଲେଜ ପାଇଁ ଯେଉଁ ଗୃହ ନିର୍ମାଣ ହୋଇ ବର୍ତ୍ତମାନ ସୁଧା କାର୍ଯ୍ୟକାରୀ ହୋଇପାରି ନାହିଁ, ନବରଙ୍ଗପୁର ସ୍ଥିତ କଲେଜ ଆଜି ପର୍ଯ୍ୟନ୍ତ ୫୦ ବର୍ଷରୁ ଉର୍ଦ୍ଧ୍ୱ ହୋଇ ସୁର୍ବର୍ଣ୍ଣ ଜୟନ୍ତି ପାଳନ କରିସାରି ମଧ୍ୟ ସରକାରୀ କଲେଜ ଘୋଷଣା ହୋଇପାରି ନାହିଁ । ଗ୍ରେଡ-୩ ଏବଂ ଗ୍ରେଡ ୪ର୍ଥ ପଦବୀ ନବରଙ୍ଗପୁର ଜିଲ୍ଲାର ଲୋକଙ୍କୁ ଜିଲ୍ଲାଭିଭିକ ନିଯୁକ୍ତି ଦିଆଯାଉ ନବରଙ୍ଗପୁର ଜିଲ୍ଲାରେ ଯେଉଁ ଜିଏନଏମ ସେଣ୍ଟର ସହ ଡାଇଟ କଲେଜ ମାନଙ୍କରେ ସ୍ଥାନୀୟ ଲୋକଙ୍କୁ ବହୁତ ସଂଖ୍ୟାରେ ଅଗ୍ରାଧୀକାର ଦିଆଯାଉ । ଦକ୍ଷିଣ ଓଡିଶା ବିକାଶ ପରିଷଦ ଟାସ୍କ ଫୋର୍ସ ଗଠନ କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛୁ, ଏବଂ ଯଥା ଶୀଘ୍ର ଏହି ଦକ୍ଷିଣ ଓଡିଶା ବିକାଶପରିଷଦକୁ ତ୍ୱରାନିତ ଏବଂ କାର୍ଯ୍ୟକାରୀ କରିବା ପାଇଁ ଆମେ ଆପଣଙ୍କ ପାଖରେ ପୁର୍ନର୍ବାର ଦାବି ରଖୁଛୁ । ଏହି ଉପରୋକ୍ତ ଦାବି ଗୁଡିକ ଯଥା ଶୀଘ୍ର ପୁରଣ କରାଯାଉ । ଏହା ଆମ ସ୍ୱାଧୀନତା ସଂଗ୍ରାମୀ ଏବଂ ଶହୀଦ ପରିବାର ଦାୟଦ ମାନଙ୍କ ତରଫରୁ ଆପଣଙ୍କୁ ଦାବି । ୨୦୨୫ ବର୍ଷର ବୈଠକରେ ସ୍ୱାଧୀନତା ସଂଗ୍ରାମୀ ଏବଂ ସହୀଦ ପରିବାରର ଦାୟାଦ ମାନଙ୍କ ତରଫରୁ ସର୍ବସମ୍ମତି କ୍ରମେ ସର୍ବ ପ୍ରଥମେ ସଭାପତି ପଦ ଓ ଜିଲ୍ଲା ସଂଯୋଜକ ପଦ ପାଇଁ ଶ୍ରୀ ସିରାଜଉଦ୍ଦିନ ଅହମ୍ମଦଙ୍କୁ ଚୟନ କରାଗଲା ।