ଗ୍ୟାସ୍ ଟାଙ୍କି ଫାଟି ତିନି ଗୁରୁତର ଆହତ
ଗ୍ୟାସ୍ ଟାଙ୍କି ଫାଟି ତିନି ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ପଠାଯାଇଥିବାବେଳେ ଅନ୍ୟ ଜଣଙ୍କୁ ପରିବାରବର୍ଗ ବିଶାଖାପାଟଣା ନେଇଥିବା ଜଣାପଡ଼ିଛି। ୩ ଜଣ ହେଲେ ଡି.ଶିବା, ଧର୍ମା ମିଣିଆକା ଓ ଦିନ ମିଣିଆକା। ଘଟଣାରୁ ପ୍ରକାଶ ଯେ, ୩ ଜଣ ମାଳା ଧାରଣ କରିଥିବାରୁ ରାଣିଗୁଡ଼ା ଫାର୍ମ ଅଞ୍ଚଳର ହାତୀପଥର ନିକଟସ୍ଥ ସାହିରେ ଏକ ଭଡ଼ା ଘରେ ରହୁଥିଲେ। ଆଜି ଭୋର୍ରୁ ଦୁଇ ଜଣ ବ୍ୟକ୍ତି ଶୋଇଥିବା ବେଳେ ଅନ୍ୟ ଜଣେ ସକାଳୁ କୌଣସି କାମ ପାଇଁ ଗ୍ୟାସ ସିଲିଣ୍ଡର ଅନ୍ କରିବା ସମୟରେ ଲିକେଜ୍ ଥିବାରୁ ଗ୍ୟାସ୍ ଟାଙ୍କି ନିଆଁ ଲାଗି ଫାଟି ଯାଇଥିଲା। ଫଳରେ ୩ଜଣ ଗୁରୁତର ହୋଇଥିଲେ।