ରାଇସୁଙ୍ଗୁଡ଼ା ବିକାଶ ପରିଷଦର ବାର୍ଷିକୋତ୍ସବ ପ୍ରସ୍ତୁତି
ସାଲେପୁର: ସାଲେପୁର ବ୍ଲକ୍ର ସ୍ୱେଚ୍ଛାସେବୀ ଅନୁଷ୍ଠାନ ରାଇସୁଙ୍ଗୁଡ଼ା ବିକାଶ ପରିଷଦର ଦଶମ ବାର୍ଷିକ ସାଂସ୍କୃତିକ ସମାରୋହ ଚଳିତ ମାସ ୨୩ତାରିଖ ରବିବାର ଶନିପଡିଆ ଠାରେ ଅନୁଷ୍ଠିତ ହେବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ୱପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଚଳଚ୍ଚିତ୍ର ପ୍ରଯୋଜକ ଦିଲ୍ଲୀପ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ରାଜ୍ୟର ଏକାଧିକ ମନ୍ତ୍ରୀ, ବିଧାୟକ ଓ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୮ଜଣ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଚଳଚ୍ଚିତ୍ର ଓ ଧାରାବାହିକ ଜଗତର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ବୈଠକରେ ସରପଞ୍ଚ ପ୍ରତିନିଧି ବେଣୁଧର ପ୍ରଧାନ, ପରିଷଦର ଉପଦେଷ୍ଟା ସାମ୍ବାଦିକ ପ୍ରଫୁଲ୍ଲ ମିଶ୍ର, ଅଜୟ କୁମାର ନନ୍ଦ, ଶିବ ଜେନା, ବଳରାମ ସାହୁ, ସନ୍ତୋଷ କୁମାର ମହାନ୍ତି, ଜ୍ୟୋତି ରଂଜନ ମହାପାତ୍ର, ଉପସଭାପତି ନିରଂଜନ ବେହେରା, ସଂପାଦକ ସୁରେଶ ପ୍ରଧାନ, କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ, ସମାଜସେବୀ ଧିରେନ୍ଦ୍ର କୁମାର ଦାଶ, ଶିକ୍ଷାବିତ୍ ପର୍ଶୁରାମ କର, ଯୁବ ସଂଗଠକ ହେମନ୍ତ କୁମାର ସ୍ୱାଇଁ, ଶଙ୍କର୍ଷଣ ମହାରଣା, କାଳନ୍ଦୀ ମିଶ୍ର, ସେବା ସମବାୟ ସମିତି ସଭାପତି ସଂଜୟ ନାୟକ, ଯୁବ କଣ୍ଠଶିଳ୍ପୀ ଅଧ୍ୟାପକ କ୍ଷୀରୋଦ କୁମାର ନନ୍ଦ, ନିରଂଜନ ଛାଟୋଇ, କୈଳାସ ଚନ୍ଦ୍ର ବେହେରା, ସଚ୍ଚିଦାନନ୍ଦ ବେହେରା, ସ୍ନେହଲତା ସିଂହ, ଶଶିକଳା ଓଝା, ଗୀତାଞ୍ଜଳି ସାହୁ, ଶୈଳବାଳା ବେହେରା, ଶାନ୍ତିଲତା ମହାପାତ୍ର ପ୍ରମୁଖ ପରିଷଦର କର୍ମକର୍ତ୍ତାମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପରିଷଦର ସଭାପତି ପ୍ରଫୁଲ୍ଲ କୁମାର ସାହୁ ନିବେଦନ କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ ।