ଆଜି ଏହି ୬ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ଲହର
Heat Wave in Odisha

ଭୁବନେଶ୍ୱର : ତାତି ସବୁ ରେକଡର଼୍ ଭାଙ୍ଗିଚାଲିଛି । ଅସହ୍ୟ ତାତିରେ ଜନଜୀବନ ଆକ୍ତାମାକ୍ତା ହୋଇଯାଉଛି । ଆଜି ପାଇଁ ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଞ୍ଜ, ଅନଗୁଳ, ନୟାଗଡ଼, ଖୋର୍ଦ୍ଧା, କଟକ ଓ ବୌଦ୍ଧର ଗୋଟିଏ ଦୁଇଟି ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ଣ ଲହର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେହିପରି ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ଗଞ୍ଜାମ, ନୂଆପଡ଼ା, ମାଲକାନାଗିରି, କୋରାପୁଟ, ଗଜପତି, କନ୍ଧମାଳ ଓ କେନ୍ଦୁଝରରେ ମଧ୍ୟ ଗ୍ରୀଷ୍ମ ଲହର ହେବବୋଲି ଆକଳନ କରାଯାଇଛି ।
ଖାଲି ସେତିକିନୁହେଁ ସୋନପୁର, ବଲାଙ୍ଗୀର, ଝାରସୁଗୁଡ଼ା, ବରଗଡ଼ ଓ କଳାହାଣ୍ଡିରେ ହିଟ୍ ୱେଭ ହେବା ସହ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅପରପକ୍ଷରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ପ୍ରବଳ ଗରମ ଓ ଗୁଳୁଗୁଳି ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।