ବିଷ ଛାଡ଼ୁଛି କୃପାଳୁ ରାଇସ ମିଲ୍ : ପାଉଁଶରେ ଜନଜୀବନ ଅସ୍ତବ୍ୟସ୍ତ; ଧାରଣାରେ ଗ୍ରାମବାସୀ
ପାଣିକୋଇଲି : ପ୍ରଦୂଷଣ ବିଭାଗର ବାହୁ ଛାୟା ତଳେ ରହି ମନମାନି ଚଲାଇ ଆସୁଛି କୃପାଳୁ ରାଇସ ମିଲ । ବାୟୁ ପ୍ରଦୂଷଣ ହେଉ କି ଜଳ ପଦୂଷଣ କରି ସ୍ଥାନୀୟ ପରିବେଶକୁ ବ୍ୟାପକ ଭାବେ ପ୍ରଦୂଷିତ କରୁଛି କୃପାଳୁ ରାଇସ ମିଲ । ବାରମ୍ବାର ଚେତାବନୀକୁ ଖାତିର ନକରି ରାଇସମିଲ କର୍ତୁପକ୍ଷ ନାଲି ଆଖି ଦେଖାଇ ଚାଲି ଆସୁଥିବା ବେଳେ ଆଜି ଅତିଷ୍ଟ ଗ୍ରାମବାସୀ ଆନେ୍ଦାଳନକୁ ଓହ୍ଲାଇଥିଲେ । ରାଇସମିଲକୁ ବନ୍ଦ କରିବା ଦାବିରେ ଧାରଣାରେ ବସିଥିଲେ ଚାନ୍ଦପୁର ଗ୍ରାମବାସୀ । କୋରେଇ ବ୍ଲକ ଚାନ୍ଦପୁର ଗ୍ରାମବାସୀ ଯେଉଁ ସାଂଘାତିକ ଅଭିଯୋଗ କରିଛନ୍ତି, ତାହା ହେଲା କୃପାଳୁ ରାଇସମିଲ ପ୍ରତ୍ୟେକ ଦିନ ବିଷ ଛାଡ଼ୁଛି । ବିଷ ପାଉଁଶ ଗାଁ ସତେମ ସ୍ଥାନୀୟ ପରିବେଶକୁ ବ୍ୟାପକ ଭାବେ ପ୍ରଦୂଷିତ କରୁଛି । ଅଭିଯୋଗ କଲେ ଧମକ ଚମକ ମିଳୁଛି । କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତ ପାଣିକୋଇଲି ଛକ ୨୦ନମ୍ୱର୍ ଜାତିୟ ରାଜପଥର ଚାନ୍ଦପୁର ଛକ ନିକଟରେ ଠିଆ ହୋଇଛି କୃପାଳୁ ରାଇସ ମିଲ । ସଂପୃକ୍ତ ରାଇସ ମିଲ ପ୍ରଦୂଷଣ ଆଇନ୍କୁ ଭ୍ରୂକ୍ଷେପ କରି ଅବିରତ ଛାଡ଼ୁଛି ବିଷ ପାଉଁଶ । ଯେଉଁ ପାଉଁଶ ଧୂଆଁରେ ଅଞ୍ଚଳବାସୀ ନାକେଦମ୍ ହୋଇପଡ଼ିଲେଣି । କୃପାଳୁ ରାଇସ ମିଲ ଦ୍ୱାରା ନିର୍ଗତ ହେଉଥିବା ପାଉଁଶ ଉଡିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଦିନରାତି ପାଉଁଶ ଉଡ଼ି ଘର ଦ୍ୱାର ଚାରିଆଡ଼େ ଜମା ହେଉଛି ଓ ରାସ୍ତାରେ ଯିବାଆସିବା କରିବା ଲୋକଙ୍କ ଆଖିରେ ପଡ଼ିବାଦ୍ୱାରା ସହଜରେ ଆଖି ନଷ୍ଟ ହେବାର ଭୟରେ ଲୋକେ ମେଡ଼ିକାଲ ଦୈାଡ଼ୁଛନ୍ତି । ଗ୍ରାମବାସୀଙ୍କ ଘର ଦୁଃଖ କଥା କହିଲେ ନସରେ । ରାତିରେ ଶୋଇବା ପରେ ସକାଳୁ ଘରୁ କୁଡକୁଢ଼ ପାଉଁଶ ବାହାରୁଥିବା ଅଭିଯୋଗ କରିଛନ୍ତି ।ଏହା ଦୀର୍ଘ ଦିନରୁ ଦାବି ହୋଇଥିଲେ ବି କୃପାଳୁ କୌଣସି ପଦକ୍ଷେପ ନନେବାରୁ ଆଜି ଚାନ୍ଦପୁର ଗ୍ରାମବାସୀ ରାଇସମିଲ ପ୍ରବେଶ ପଥରେ ଧାରଣାରେ ବସିଥିଲେ । ରାଇସମିଲରୁ ବାହାରୁଥିବା ଦୂଷିତ ପାଣି ସ୍ଥାନୀୟ ଜନସାଧାରଣଙ୍କ ଜମିରେ ମାଡ଼ିବା ଦ୍ୱାରା ଫସଲ ନଷ୍ଟ ହେଉଛି ଏକର ଏକର ଜମିରେ ଚାଷ କରିହେଉନି । ଏହାକୁ ପ୍ରତିବାଦ କରି ଚାନ୍ଦପୁର ଗ୍ରାମବାସୀ ରାଇସ୍ ମିଲ ପ୍ରବେଶ ପଥରେ ଧାରଣାରେ ବସିରହିଥିଲେ । ରାଇସ ମିଲ ବନ୍ଦ ଦାବିରେ ଧାରଣାରେ ବସିଥିବା ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।