ମୋବାଇଲ ଟାୱାରରୁ ଚୋରି ଉଦ୍ୟମ; ପୁଲିସ ଜିମା ଦେଲେ ଲୋକ

ବିଞ୍ଝାରପୁର/ସିଂହପୁର : ଶନିବାର ଭୋରୁ ଭୋରୁ ଶାସନ୍ଦା ପଞ୍ଚାୟତ ତାଉଁନ୍ତରା ଛକରେ ଥିବା ମୋବାଇଲ୍ ଟାୱାର୍ ଉପରେ କିଏ ୩ଜଣ ଚଢିଥିବା ଅନୁମାନ କରି ଘେରିଥିଲେ ସ୍ଥାନୀୟ ଲୋକ । ଟାୱାର ଉପରେ ଚଢିଥିବା ଲୋକ କାରିଗର ନୁହେଁ ଚୋର ବୋଲି ଜାଣିବା ପରେ ଲୋକେ ସେମାନଙ୍କୁ କାବୁ କରି ନିର୍ଦ୍ଦୁମ ଛେଚି ବାନ୍ଧି ଦେବା ସହ ବିଞ୍ଝାରପୁର ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଁଚିବା ପରେ ଚୋରକୁ ଜିମା ଦେଇଥିଲେ । ଗ୍ରାମବାସୀଙ୍କ ଦ୍ୱାରା କାବୁ ଅଭିଯୁକ୍ତ ଅରେଇ ଗ୍ରାମର ସୁନିଲ ପରିଡା(୨୫), ଘଂଟିଆଳି ଗ୍ରାପ ଇଞ୍ଜନପୁର ଗ୍ରାମର ସିପନ ଜେନା(୨୪)ଓ ମଙ୍ଗଳପୁର ଥାନା ଅନ୍ତର୍ଗତ ବିରିପଟା ପଞ୍ଚାୟ ନାରୀଗାଁ ଗ୍ରାମର ଶ୍ରୀତମ ମଲ୍ଲିକ (୨୫)ବୋଲି ଜଣାପଡିଛି । ଘଟଣା ମୁତାବକ ବିଞ୍ଝାରପୁର ଥାନା ଅନ୍ତର୍ଗତ ତାଉଁତରା ଛକରେ ଥିବା ମୋବାଇଲ୍ ଟାୱାରରୁ ଗତକାଲି ବିଳମ୍ବିତ ରାତିରେ ସୁନିଲ, ସିପନ ଓ ଶ୍ରୀତମ ବ୍ୟାଟେରୀ ଓ ଅନ୍ୟାନ୍ୟ ମେସନାରୀ ସାମଗ୍ରୀ ଚୋରି କରୁଥିବା ସମୟରେ ସ୍ଥାନିୟ ଗ୍ରାମବାସୀଙ୍କ ନଜରରେ ପଡ଼ିଯାଇଥିଲେ । ଧରା ପଡିଯିବା ଭୟରେ ୩ ଜଣ ଘଟଣାସ୍ଥଳରୁ ଖସିଯିବାକୁ ଉଦ୍ୟମ କରୁଥିଲାବେଳେ ସେମାନଙ୍କୁ ସ୍ଥାନୀୟ ଗ୍ରାମବାସୀ କାବୁ କରି ଉତମ ମଧ୍ୟମ ଦେଇ ପୁଲିସ ଜିମା ଦେଇଥିଲେ । ବିଞ୍ଝାରପୁର ପଲିସ ଏହି ଘଟଣାରେ କେସ ନଂ ୪୨୫/୨୫ରେ ମାମଲା ରୁଜ କରିବା ସହିତ ଚୋରୀ ସାମଗ୍ରୀ ଜବତ କରିଛି । ଏକାଧିକ ଟାୱାର ଚୋରୀ ଘଟଣାରେ ଏମାନଙ୍କ ସମ୍ପୃକ୍ତି ଥିବା ନେଇ ସନେ୍ଦହ ଉପୁଜିବାରୁ ଅଧିକ ତଦନ୍ତ ପାଇଁ ୩ ଜଣ ଅଭିଯୁକ୍ତକୁ ପୁଲିସ ପଚରା ଉଚରା କରିବା ପରେ ପାଣିକୋଇଲିର ଏକ କବାଡ଼ିଆ ଦୋକାନକୁ ନେଇ ପହଁଚିଥିଲା । ଚୋର ବିଭିନ୍ନ ସ୍ଥାନରୁ ସାମଗ୍ରୀ ଚୋରି କରିବା ପରେ ବିଭିନ୍ନ କବାଡ଼ିଆ ଦୋକାନରେ ବିକ୍ରୟ କରିଥାନ୍ତି ଏବଂ ଏହାର ଏକ ର୍ୟାକେଟ ସକ୍ରିୟ ରହିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ।