ସର୍ବୋଦୟ ମେଳା ଓ ଗାନ୍ଧି ସ୍ମୃତି ପୀଠ ପ୍ରତିଷ୍ଠା ଦିବସ

ପୁରୀ : ସର୍ବୋଦୟ ମେଳା କମିଟି ଦ୍ୱାରା ମହାତ୍ମାଗାନ୍ଧୀଙ୍କ ମହୋଦଧିରେ ପବିତ୍ର ଚିତ୍ତାଭସ୍ମ ବିସର୍ଜନର ୭୭ତମ ସ୍ମୃତି ଦିବସ ତଥା ସର୍ବୋଦୟ ମେଳା ଓ ଗାନ୍ଧି ସ୍ମୃତି ପୀଠ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପୂର୍ବାହ୍ନରେ ଗାନ୍ଧୀଘାଟ ସ୍ଥିତ ମହାତ୍ମାଗାନ୍ଧୀ, ଆଚାର୍ଯ୍ୟ ହରିହର ଓ ପୁରୀ ବାର୍ ଆସୋସିଏସନ ସମ୍ମୁଖସ୍ଥ ଉକôଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ଉକôଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା । ପୂର୍ବାହ୍ନରେ ଅନୁଷ୍ଠିତ ପ୍ରଥମ ଅଧିବେଶନର ଉଦ୍ଘାଟକ ଥିଲେ ପଦ୍ମଶ୍ରୀ ଡ଼ାକ୍ତର ଅଶୋକ କୁମାର ମହାପାତ୍ର, ଡ଼କ୍ଟର ପ୍ରଫୁଲ୍ଳ କୁମାର ମିଶ୍ର ମୁଖ୍ୟ ଅତିଥି, ଗୌରାଙ୍ଗ ଚରଣ ପରିଡ଼ା ମୁଖ୍ୟ ବକ୍ତା ଓ ରଘୁନାଥ ମହାପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇ ମହାତ୍ମାଗାନ୍ଧିଙ୍କ ମାନବିକ ଅଧିକାରୀ, ସୁରକ୍ଷା ଓ ସତ୍ୟ ଅହିଂସା ପ୍ରତି କର୍ତ୍ତବ୍ୟନିଷ୍ଠାର ବହୁ ଘଟଣାବଳୀ ବର୍ଣ୍ଣନା କରିଥିଲେ । ସଭାରେ ଅଧ୍ୟକ୍ଷତା କରିଥିଲେ ଉମାବଲ୍ଲଭ ମହାପାତ୍ର । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଜୟକୃଷ୍ଣ ମହାନ୍ତିଙ୍କ ସ୍ମୃତିରେ ସର୍ବୋଦୟ ମେଳା ଉସôର୍ଗିତ ହୋଇଥିଲା । ଏହି ଅବସରରେ ଉକôଳ ଖଦି ମଣ୍ଡଳକୁ ଗାନ୍ଧି ସେବା ସମ୍ମାନ, ରାଜଶ୍ରୀ ସାହୁଙ୍କୁ ସର୍ବୋଦୟ ସମ୍ମାନ, ରେଳବାଇ ସୁରକ୍ଷାବଳର ମୁଖ୍ୟ ସିପାହୀ ବିଭୂତିଭୂଷଣ ବିଶୋଇଙ୍କୁ ସାଧୁତା ଓ କର୍ତ୍ତବ୍ୟନିଷ୍ଠା ସମ୍ମାନ, ଅଜର୍୍ୁନ ପରମଗୁରୁଙ୍କୁ ଶିକ୍ଷା ଓ ସମାଜସେବୀ ସମ୍ମାନ, ଯଜ୍ଞଦତ୍ତପାଇକଙ୍କୁ ସର୍ବଧର୍ମ ସମନ୍ୱୟ ସମ୍ମାନ, ଶ୍ରୀମତୀ ରଂଜନା ନାୟକଙ୍କୁ ସ୍ୱଚ୍ଛତା ଓ ନିଶା ନିବାରଣ ସମ୍ମାନ ଏବଂ ୧୦ଜଣ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସ୍ୱେଚ୍ଛସେବୀ ସମ୍ମାନରେ ଅତିଥିମାନେ ସମ୍ମାନିତ କରିଥିଲେ । ଦ୍ୱିତୀୟ ଅଧିବେଶନ ଗିରିଜା ଶଙ୍କର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ରୂପେ ଜିଲ୍ଳା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା ଓ ସମ୍ମାନିତ ଅତିଥି ରୂପେ ଜିଲ୍ଳା ସୂଚନା ଓ ଲୋକସଂପର୍କ ଉପନିଦେ୍ର୍ଦଶକ ସନ୍ତୋଷ କୁମାର ସେଠୀ ଯୋଗଦେଇଥିଲେ । ବକ୍ତାମାନେ ଗାନ୍ଧିଙ୍କ ଦର୍ଶନକୁ ଯୁବପିଢି ଆପଣାଇଲେ ଭାରତରେ ରାଜରାଜ୍ୟ ପ୍ରତିଷ୍ଠା ହୋଇପାରିବ ବୋଲି କହିଥିଲେ । ଦ୍ୱିତୀୟ ଅଧିବେଶନ ପରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ସଭା ପରିଚାଳନା କରିଥିଲେ ଶିବ ପ୍ରସାଦ ମିଶ୍ର । ଧନ୍ୟବାଦ ଅର୍ପଣ କରିଥିଲେ ଡ଼କ୍ଟର ବଳରାମ ଦାସ ଓ ନବକିଶୋର ରଥ  ।