ଦୋକାନରୁ ଚୋରି

 ପିପିଲି  : ସିସି ଟିଭି ଫୁଟେଜରେ କଏଦ ହୋଇଛି ଦୋକାନରୁ ଚୋରି ହେଉଥିବା ଲାଇଭ ଭିଯୁଆଲ । ପିପିଲି ହାଟଛକରେ ଥିବା ଏମଏନ ସପି ଦୋକାନରୁ ଚୋରି କରୁ ଥିବା ଲାଇଭ ଭିଯୁଆଲ ହିଁ ସ୍ପଷ୍ଟ ପ୍ରମାଣିତ କରୁଛି ଅପରାଧୀ ଅପରାଧ ଘଟାଇବା ପାଇଁ ଆଉ ଭୟ ନ ଥିବା ପରି ଲାଗୁଛି  । ଏହି ଦୃଶ୍ୟ ହେଉଛି ଗତକାଲି ଅପରାହ୍ନ ୨ଟା ୪୫ ମିନିଟ ସମୟର  । ମୋବିଲ କିଣିବାକୁ ଆସି କିଭଳି ଦୋକାନ ଡ୍ର ରୁ ଚୋରି କରି ନେଇ ଯାଉଛନ୍ତି ଦୁର୍ବୁତ୍ତ  । ସିସି ଟିଭି ଥାଇ ମଧ୍ୟ କିଭଳି ଭୟ ନଥାଇ ବିଡ଼ା ବିଡା ଟଙ୍କା ଚୋରି କରି ନେଇ ଯାଉଛନ୍ତି ଚୋର  । ଦୋକାନରୁ ପ୍ରାୟ ୭୦ ହଜାର ଟଙ୍କା ଚୋରି ହୋଇଥିବା ଦୋକାନର ମାଲିକ ନୀଳକଣ୍ଠ ନନ୍ଦ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି  । ସୂଚନା ଥାଉକି ଗତ କିଛିଦିନ ତଳେ ପିପିଲି କଲେଜ ଛକରେ ଥିବା ଲେଡିସ କର୍ଣ୍ଣର ଦୋକାନରୁ ଚୋରି ହୋଇଥିଲା ବେଳେ ପୁଣିଥରେ ଏଭଳି ଚୋରି ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି  ।