କଳାଟଙ୍କା ସମ୍ପର୍କିତ ଏସ୍ଆଇଟି ବୈଠକ : ଆଇଏଏସ୍ ଅଧିକାରୀ ଦୁର୍ନୀତିରେ ବୁଡ଼ିବା ଚିନ୍ତାଜନକ
କଟକ : କଟକରେ କଳାଟଙ୍କା ସଂପର୍କିତ ଏସଆଇଟି ବୈଠକ ଆଜି ଅନୁଷ୍ଠିତ ହୋଇଛି । ଜଷ୍ଟିସ ଅରିଜିତ ପଶାୟତଙ୍କ କଟକ ବାସଭବନରେ ବସିଥିବା ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ନିଶା କାରବାର, ଅନଲାଇନ ଠକେଇ, ଜିଏସଷ୍ଟି ଠକେଇ ଓ ଚିଟଫଣ୍ଡ ଦୁର୍ନୀତି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ବୈଠକରେ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ବହୁ ଅଧିକାରୀ ଯୋଗ ଦେଇଥିଲେ । ରାଜ୍ୟ ଭିଜିଲାନ୍ସ ବିଭାଗର ରିର୍ପୋଟ୍ରେ ଜଷ୍ଟିସ ପଶାୟତ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଇଏଏସ ଅଧିକାରୀ ଦୁର୍ନୀତି ମାମଲାରେ ଛନ୍ଦିହେବା ଚିନ୍ତାର ବିଷୟ ବୋଲି ଜଷ୍ଟିସ ପଶାୟତ ମତ ପ୍ରଦାନ କରିଥିଲେ । ଏହାଛଡ଼ା ସରକାରୀ ସେବାରେ ଯେଭଳି ଦୁର୍ନୀତି ନ ହେବ ଅଧିକାରୀଙ୍କୁ ଧ୍ୟାନଦେବାକୁ ଜଷ୍ଟିସ ପଶାୟତ ପରାମର୍ଶ ଦେଇଥିଲେ । ସେହିପରି ଚିଟଫଣ୍ଡ ଜମାକାରୀ କିଭଳି ଟଙ୍କା ଫେରି ପାଇବେ ବୈଠକରେ ଆଲୋଚନା କରାଯାଇଥିଲା । ଏହାସହ ଆଗାମୀ ଦିନରେ ଯେପରି ଭାବେ କୌଣସି ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ଯେପରି ଭାବେ ଦୁର୍ନୀତିଗ୍ରସ୍ତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ବୈଠକରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ, ଆୟକର ବିଭାଗ, ସିବିଆଇ, କଷ୍ଟମ, କ୍ରାଇମବ୍ରାଞ୍ଚ, ଓଡ଼ିଶା ପୋଲିସ, ଅବକାରୀ, ଭିଜିଲାନ୍ସ ଓ ଇଓଡବ୍ଲୁ ଭଳି କେନ୍ଦ୍ର ଓ ରାଜ୍ୟ ତଦନ୍ତକାରୀ ୧୧ଟି ସଂସ୍ଥାର ଅଧିକାରୀମାନେ ଯୋଗ ଦେଇଥିଲେ ।