ନିଆଁ ପୋଉଁଥିଲେ ଦମ୍ପତି : ଶରୀରରେ ଲାଗିଗଲା ନିଆଁ

ପତିପତ୍ନୀ ଶୀତୁଆ ସକାଳରେ ନିଆଁ ପୋଉଁଥିଲେ। ଏହି ସମୟରେ ଘଟିଲା ଅଘଟଣ । ଅସାବଧାନତାବଶଃତ ହଠାତ୍ ସ୍ୱାମୀଙ୍କ ଶରୀରରେ ନିଆଁ ଲାଗିଗଲା । ହୁତୁହୁତୁ ହୋଇ ସ୍ୱାମୀ ଜଳିବାକୁ ଲାଗିଲେ। ଏପରି ଏକ ଅଘଟଣ ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା ବଣାଇର ଖଣ୍ଡପାଟ ଗାଁରେ ଘଟିଛି । ଆଜି ସକାଳେ ଖଣ୍ଡପାଟ ଗାଁରେ ଉଭୟ ପତିପତ୍ନୀ ନିଆଁ ପୁଉଁଥିଲେ। ଏହି ସମୟରେ ହଠାତ୍ ସ୍ୱାମୀଙ୍କ ଶରୀରରେ ନିଆଁ ଲାଗି ଯାଇଥିଲା। ଦେଖୁଦେଖୁ ସେ ଜଳିବାକୁ ଲାଗିଥିଲେ। ଏହାଦେଖି ପତ୍ନୀ ଚିତ୍କାର କରିବାକୁ ଗାଁ ଲୋକେ ପହଞ୍ଚି ବ୍ୟକ୍ତିଙ୍କ ଶରୀରରୁ ନିଆଁକୁ ଲିଭାଇଲେ। ଏହାପରେ ତୁରନ୍ତ ତାଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାଉରକେଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।