ଅଧିକାର ପାଇଁ ପୁଅ ସହ ଧାରଣାରେ ମହିଳା
ରାଜନଗର:ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ବାହାରଗଡ ଗ୍ରାମରେ ଜଣେ ମହିଳା ଚାରି ବର୍ଷର ପୁଅକୁ ଧରି ଦୁଇଦିନ ହେବ ଶାଶୁ ଘର ସମ୍ମୁଖରେ ଧାରଣାରେ ବସି ରହିଥିବା ଦେଖିବାକୁ ମିଳିଛି । ପରିବାର ଲୋକେ ତାଙ୍କୁ ଘରେ ପଶିବାକୁ ଦେଉନଥିବା ସେ ଅଭିଯୋଗ କରିଛନ୍ତି । ଧାରଣାରେ ବସିଥିବା ମହିଳା ଜଣକ ହେଉଛନ୍ତି ବାହାରଗଡ ଗ୍ରାମର ପଦ୍ମଲୋଚନ ସାମଲଙ୍କ ସ୍ତ୍ରୀ ସାବିତ୍ରୀ ସାମଲ(୨୫) । ସାବିତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ୨୦୨୧ ମସିହାରେ ଇଶ୍ୱରପୁର ପଞ୍ଚାୟତ ଅଜଗରପାଟିଆ ଗ୍ରାମର ବାସୁଦେବ ପ୍ରଧାନଙ୍କ ଝିଅ ସାବିତ୍ରୀ ଚାନ୍ଦିବାଉଁଶମୂଳ ପଞ୍ଚାୟତ ବାହାରଗଡ ଗ୍ରାମର ପ୍ରେମାନନ୍ଦ ସାମଲଙ୍କ ପୁଅ ପଦ୍ମଲୋଚନଙ୍କୁ ବୈ÷ଦିକ ରୀତିରେ ବିବାହ କରିଥିଲେ । ବିବାହର ଦୁଇବର୍ଷ ପରେ ଅଧିକ ଯୈ÷ାତୁକ ଦାବୀକରି ସ୍ୱାମୀଙ୍କ ସହ ଶାଶୂ, ଶ୍ୱଶୁର ନିର୍ଯ୍ୟାତନା ଦେବା ଆରମ୍ଭ କଲେ । ନିର୍ଯ୍ୟାତନା ସହିନପାରି ଥାନା ଓ କୋର୍ଟର ଆଶ୍ରୟ ନେଲେ । ମୋ ସ୍ୱାମୀ କୋର୍ଟରେ ମୋତେ ଆଉ ମାଡ ମାରିବେ ନାହିଁ । ପୂର୍ବଭଳି ମିଳିମିଶି ରହିବା ପାଇଁ କହି କେଶ ଉଠାଇ କୋର୍ଟରୁ ଚାଲି ଆସିଥିଲୁ । ଏଠି ରହିବାର କିଛିମାସ ପରେ ମୋ ସ୍ୱାମୀଙ୍କର ନିର୍ଯ୍ୟାତନା ପୁନର୍ବାର ଆରମ୍ଭ ହୋଇଗଲା । ବାଧ୍ୟ ହୋଇ ବାପଘରେ ରହିଲି । ମୋ ସ୍ୱାମୀ ଅନ୍ୟ ଏକ ଝିଅକୁ ଭଲ ପାଉଛନ୍ତି । ସେ ଝିଅ ବି ମୋତେ ଫୋନ ଯୋଗେ କହୁଛି ତୁ ପଳେଇ ଯାଆ ମୁଁ ତୋ ସ୍ୱାମୀଙ୍କ ସହିତ ରହିବି । ମୋ ପୁଅ ତା ବାପାକୁ ଖୋଜୁଛି । ମୁଁ ତାକୁ ବାପ ପରିଚୟ କାହାକୁ ଦେବି । ଶାଶୁ ଘର ଲୋକ ମୋତେ ଘରେ ପଶିବାକୁ ଦେଉନାହାନ୍ତି । ନିରାଶ ହୋଇ ଘର ସମ୍ମୁଖରେ ଧାରଣାରେ ବସିଛି । ନ୍ୟାୟ ନମିଳିବା ଯାଏ ବସି ରହିବି ବୋଲି ସାବିତ୍ରୀ କହିଛନ୍ତି । ଖବରପାଇ ରାଜନଗର ଥାନାଧିକାରୀ ନରେଶକୁମାର ସାହୁଙ୍କ ନିଦେ୍ର୍ଦଶକ୍ରମେ ଏଏସଆଇ ସଂଜିତ ନାୟକ ସାବିତ୍ରୀ ଓ ସ୍ୱାମୀ ପଦ୍ମଲୋଚନଙ୍କ ସହ ତାଙ୍କ ବାପା ମାଆଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସମାଧାନର ସୂତ୍ର ବାହାରି ପାରିନାହିଁ ।