ଆଉ ଖୋଲିବନି ନୂଆ ମଦ ଦୋକାନ
Liquour Shop

ଭୁବନେଶ୍ୱର : ରାଜ୍ୟରେ ଆଉ ନୂଆ ମଦ ଦୋକାନ ଖୋଲିବନାହିଁ । ଏକଥା କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେହିପରି ଚୋରା ମଦ କାରବାର ଉପରେ ବି ବ୍ରେକ ଲାଗିବ । ଖୁବଶୀଘ୍ର ରାଜ୍ୟ ସରକାର ନୂଆ ଅବକାରୀ ନୀତି ଆଣିବେ । ପୂର୍ବ ନୀତି ଠାରୁ ଏହା ସାବଲୀଳ ହେବବୋଲି ସେ କହିଛନ୍ତି । ତେବେ ମଦ ବନ୍ଦ ହେବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିବାବେଳେ ତାହା ହେବନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି ।