ମୋଦିଙ୍କ ମନ କି ବାତ: କ୍ରିକେଟ୍ କଥା କହି ଇସ୍ରୋକୁ ପ୍ରଶଂସା

ନୂଆଦିଲ୍ଲୀ: ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ । ୧୧୯ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ମୋଦି । ମନ୍ କି ବାତ୍ ଆରମ୍ଭରୁ କ୍ରିକେଟ୍ କଥା କହିଲେ । ମୋଦି କହିଛନ୍ତି, ଏବେ ସବୁଠି ଚାମ୍ପିଅନ୍ସ ଟ୍ରଫି ଏବଂ କ୍ରିକେଟର ମାହୋଲ । କ୍ରିକେଟରେ ସେଞ୍ଚୁରୀ ମହତ୍ୱ ଏବଂ ମାହୋଲ କଣ ସମସ୍ତଙ୍କୁ ଜଣା । ସେହିପରି ଭାରତ ମହାକାଶ କ୍ଷେତ୍ରରେ ବି ସେଞ୍ଚୁରୀ ମାରିଛି । ଇସ୍ରୋକୁ ପ୍ରଶଂସା କରି ମୋଦି କହିଛନ୍ତି ମହାକାଶରେ ଭାରତ ରେକର୍ଡ କରିଛି । ୧୦୦ତମ ରକେଟ୍ ଲଞ୍ଚ କରିଛି ଇସ୍ରୋ । ୧୦ ବର୍ଷରେ ୪୦୦ରୁ ଅଧିକ ସାଟେଲାଇଟ୍ ଲଞ୍ଚ ହୋଇଛି । ମହାକାଶ ଗବେଷଣା କ୍ଷେତ୍ରରେ ନାରୀଶକ୍ତିର ଅବଦାନ ବଢୁଛି । ମାର୍ଚ୍ଚ ୮ ନାରୀଶକ୍ତିକୁ ସମ୍ମାନ ଦିନ । ନାରୀଶକ୍ତି ଦେଶକୁ ସମୃଦ୍ଧ ଓ ସମ୍ପନ୍ନ କରିଛି ।  ନାରୀଙ୍କୁ ସମ୍ମାନ ଜଣାଇ ମାର୍ଚ୍ଚ ୮ରେ ପ୍ରଧାନମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ପ୍ରତିଷ୍ଠିତ ଏବଂ ପ୍ରେରଣାଦାୟୀ ମହିଳାଙ୍କୁ  ଦ୍ଭ ୭ ପୃଷ୍ଠାରେ...

ସମର୍ପିତ କରିବେ ବୋଲି ଘୋଷଣା କରିଛନ୍ତି । ଏଆଇର ବ୍ୟବହାରକୁ ନେଇ ମନ କି ବାତରେ ମତ ରଖିଛନ୍ତି ମୋଦି । ଏଆଇ କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି  । ଦୈନିକ ଜୀବନରେ ବି ଏଆଇର ବ୍ୟବହାର ବଢିଚାଲିଛି  । ନୂଆ ଜ୍ଞାନ କୌଶଳରେ କେବେ ପଛଘୁଞ୍ଚା ଦେବନି ଭାରତ । ସ୍ୱାସ୍ଥ୍ୟ ହିଁ ସମ୍ପଦ । ସ୍ୱାସ୍ଥ୍ୟକୁ ନେଇ ମନର କଥା କହିଛନ୍ତି ମୋଦି । ଭାରତରେ ମେଦ ବହୁଳତା ନେଇ ଚିନ୍ତାପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ମେଦ ବହୁଳତା ଅନେକ ରୋଗର କାରଣ  । ୮ ଜଣରୁ ଜଣେ ମେଦ ବହୁଳତରା ଶିକାର । ଛୋଟପିଲାଙ୍କ କ୍ଷେତ୍ରରେ ଏହା ୪ ଗୁଣା ବଢିଛି । ଏକ ଫିଟ୍ ଓ ସୁସ୍ଥ ଦେଶ ହେବାପାଇଁ ଆମକୁ ମେଦବହୁଳତା ସମସ୍ୟାକୁ ଦୂର କରିବାକୁ ହେବ । ଆମେ ସମସ୍ତେ ମିଶି ଛୋଟ ଛୋଟ ପ୍ରୟାସ ଦ୍ୱାରା ଏହି ଆହ୍ୱାନର ମୁକାବିଲା କରିପାରିବା, ଯେଉଁଭଳି ମୁଁ ଗୋଟିଏ ଉପାୟ କହିଥିଲି ଖାଦ୍ୟରେ ତେଲ ଦଶ ପ୍ରତିଶତ କମ୍ କରିବା  । ଆପଣ ସ୍ଥିର କରିନିଅନ୍ତୁ ଯେ ପ୍ରତ୍ୟେକ ମାସରେ ଦଶ ପ୍ରତିଶତ ତେଲ କମ୍ ବ୍ୟବହାର କରିବେ  । ତେଲ କିଣିବା ସମୟରେ ଏବେ ଦଶ ପ୍ରତିଶତ କମ୍ ହିଁ କିଣିବେ । ଏହା ମେଦହୁଳତା କମ୍ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ । ଏହାସହ ମୋଦି ଅଲିମ୍ପିକ୍ସ ପଦକ ବିଜେତା ନୀରଜ ଚୋପ୍ରାଙ୍କ ଉଦାହରଣ ଦେଇଥିଲେ ।  ସେହିପରି ଅନେକ ଜୀବଜନ୍ତୁ ଆମ ଦେବୀଦେବତାମାନଙ୍କର ବାହନ ଭାବରେ ଦେଖିବାକୁ ମିଳନ୍ତି । ମଧ୍ୟଭାରତରେ ଅନେକ ଜନଜାତି ବାଘେଶ୍ୱରଙ୍କ ପୂଜା କରନ୍ତି  । ମହାରାଷ୍ଟ୍ରରେ ‘ବାଘୋବା’ ପୂଜନର ପରମ୍ପରା ରହିଆସିଛି  । ଭଗବାନ ଆୟପ୍ପାଙ୍କର ମଧ୍ୟ ବାଘ ସହିତ ବହୁତ ଗଭୀର ସମ୍ପର୍କ ରହିଛି । ସୁନ୍ଦରବନରେ ବୋନବିବିଙ୍କ ପୂଜାଅର୍ଚ୍ଚନା ହୁଏ, ଯାହାଙ୍କର ବାହନ ହେଉଛି ବାଘ  । କର୍ଣ୍ଣାଟକରେ ହୁଲି ୱେଶା, ତାମିଲନାଡୁର ପୁଲି ଏବଂ କେରଳର ପୁଲିକଲି ଭଳି ଅନେକ ସାଂସ୍କୃତିକ ନୃତ୍ୟ ଅଛି, ଯାହା ପ୍ରକୃତି ଏବଂ ବନ୍ୟଜୀବମାନଙ୍କ ସହିତ ଓତପ୍ରୋତ ଭାବେ ଜଡିତ  । ମୁଁ ଆମର ଆଦିବାସୀ ଭାଇଭଉଣୀମାନଙ୍କ ପ୍ରତି ମଧ୍ୟ ଗଭୀର କୃତଜ୍ଞତା ଜ୍ଞାପନ କରିବି  । କାରଣ ସେମାନେ ବନ୍ୟଜନ୍ତୁ ସୁରକ୍ଷା ସହ ଜଡିତ କାମରେ ଉସôାହର ସହିତ ଭାଗ ନେଉଛନ୍ତି  ।  ବର୍ତ୍ତମାନ ବୋର୍ଡ ପରୀକ୍ଷାର ସମୟ । ମୁଁ ମୋର ଯୁବ ବନ୍ଧୁମାନଙ୍କୁ ତାଙ୍କର ପରୀକ୍ଷା ପାଇଁ ବହୁତ ବହୁତ ଶୁଭକାମନା ଜଣାଉଛି  । ଆପଣ କୌଣସି ଚାପ ନ ନେଇ ସକାରାତ୍ମକ ମନୋବୃତ୍ତି ସହିତ ପରୀକ୍ଷା ଦିଅନ୍ତୁ । ପ୍ରତିବର୍ଷ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ମୁଁ  ପରୀକ୍ଷା ସମ୍ବନ୍ଧିତ ଭିନ୍ନ ଭିନ୍ନ ବିଷୟରେ କଥା ହୁଏ । ମୁଁ ବହୁତ ଖୁସି ଯେ ଏବେ ଏହି କାର୍ଯ୍ୟକ୍ରମ ଏକ ସଂସ୍ଥାଗତ ରୂପ ନେବାକୁ ଯାଉଛି । ଏହାସହିତ ନୂଆ ନୂଆ ବିଶେଷଜ୍ଞମାନେ ମଧ୍ୟ ଯୋଗଦେବାରେ ଲାଗିଛନ୍ତି । ଏହି ବର୍ଷ ଆମେ ଗୋଟିଏ ନୂଆ ଫର୍ମାଟରେ ‘ପରୀକ୍ଷା ପେ ଚର୍ଚ୍ଚା’ କରିବାର ପ୍ରୟାସ କଲୁ । ବିଶେଷଜ୍ଞମାନଙ୍କ ସହିତ ୮ଟି ଅଲଗା ଅଲଗା ଅଧ୍ୟାୟ ମଧ୍ୟ ସାମିଲ କରାଗଲା  । ଆମେ ମୋଟାମୋଟି ପରୀକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ଏବଂ ମାନସିକ ସ୍ୱାସ୍ଥ୍ୟ ସହିତ ଖାଦ୍ୟପେୟ ଭଳି ବିଷୟରେ ମଧ୍ୟ ଚର୍ଚ୍ଚା କଲୁ  । ଗତବର୍ଷ ଟପରମାନେ ମଧ୍ୟ ନିଜ ନିଜର ବିଚାର ଏବଂ ଅନୁଭୂତି ସମସ୍ତଙ୍କ ସହିତ ବାଣ୍ଟିଥିଲେ  । ଅନେକ ଯୁବକ ତାଙ୍କର ବାପା-ମାଆ ଏବଂ ଶିକ୍ଷକମାନେ ମଧ୍ୟ ଏ ବିଷୟରେ ମୋତେ ପତ୍ର ଲେଖିଛନ୍ତି  । ସେମାନେ କହିଛନ୍ତି ଯେ, ଏହି ଫର୍ମାଟ ସେମାନଙ୍କୁ ବହୁତ ଭଲ ଲାଗିଲା, କାରଣ ଏଥିରେ ସବୁ ବିଷୟରେ ବିସ୍ତୃତ ଭାବରେ ଚର୍ଚ୍ଚା କରାଗଲା ।