ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ୍‌

ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ୍‌

ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିବା ମାମଲାକୁ ନେଇ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି। ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ଙ୍‌କ କୋର୍ଟରୁ ଜାମିନ ମିଳିଛି।

୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ଜାମିନ ମିଳିଛି ଜଗନ୍ନାଥ ପ୍ରଧାନଙ୍କୁ। ଏ ନେଇ ଜଗନ୍ନାଥ ପ୍ରଧାନଙ୍କ ଓକିଲ ସୂଚନା ଦେଇଛନ୍ତି। ଜୁନ୍ ୩୦ରେ BMC ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଜେଲ୍ ଯାଇଥିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଡିସିପି ଅଫିସରେ ଆତ୍ମସମର୍ପଣ କରିବା ପରେ ପୋଲିସ ଗିରଫ କରିଥିଲା ।ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ଷଷ୍ଠ ଅଭିଯୁକ୍ତ ଭାବେ ଜଗନ୍ନାଥ ପ୍ରଧାନ ଗିରଫ ହୋଇଥିଲେ। ପ୍ରକାଶଥାଉ କି, କାଲି ଜୁଲାଇ 3 ତାରିଖରେ ଜଗନ୍ନାଥ ପ୍ରଧାନ ଡିସିପି ଅଫିସ ଆସିଥିଲେ । ଗିରଫ ଯଦି ସମସ୍ୟାର ସମାଧାନ ତାହେଲେ ସହଯୋଗ କରିବି ବୋଲି କହି ଅଫିସ ଭିତରକୁ ଯାଇଥିଲେ । ଝାରପଡ଼ା ଜେଲରେ ଜଗନ୍ନାଥ ପ୍ରଧାନ- ଏହାପରେ ବିଜେପି କର୍ମୀ ରାସ୍ତା ଅବରୋଧ କରିବା ସହିତ ରାଜରାସ୍ତାରେ ଧାରଣା ଦେଇଥିଲେ । ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଜଗନ୍ନାଥ ପ୍ରଧାନଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରେ ଜଗନ୍ନାଥ ପ୍ରଧାନଙ୍କ ଜାମିନ ନାମଞ୍ଜୁର ପରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଯାଇଥିଲେ ଜଗନ୍ନାଥ ପ୍ରଧାନ ।