ମାଟ୍ରିକ ରେଜଲ୍ଟ :ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ଓ ପୁଅଙ୍କ ୯୫.୩୯ ପ୍ରତିଶତ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା (ମାଟ୍ରିକ), ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ପ୍ରକାଶ ପ୍ରକାଶ ପାଇଛି। କଟକ ବୋର୍ଡ କାର୍ୟ୍ୟାଳୟ ପରିସରରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଓ ଉପସଭାପତି ନୀହାର ରଞ୍ଜନ ମହାନ୍ତି ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀମାନଙ୍କ ପାଇଁ ପରୀକ୍ଷା ଫଳ ୧୧ଟା ୩୦ରେ ୱେବସାଇଟରେ ଉପଲବ୍ଧ ହେବ।
ସେପଟେ ଚଳିତ ବର୍ଷ ପାସ୍ ହାର ୯୬.୦୭ ପ୍ରତିଶତ ରହିଛି । ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ଓ ପୁଅଙ୍କ ପାସ୍ ହାର ୯୫.୩୯ ପ୍ରତିଶତ ରହିଛି। ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ପରୀକ୍ଷା ଦେଇଥିଲେ, ଏଥି ମଧ୍ୟରୁ ପାସ୍ କରିଛନ୍ତି ୫ ଲକ୍ଷ ୩୦ ହଜାର ୧୫୩ ଜଣ ଛାତ୍ରଛାତ୍ରୀ।
ଅନ୍ୟପଟେ ଖୋର୍ଦ୍ଧାରେ ୯୭.୯୮% ପାସ ହାର ରହିଥିବା ବେଳେ କଟକରେ ୯୭.୫୮%, ଢେଙ୍କାନାଳରେ ୯୫.୧୨%, ବାଲେଶ୍ୱରରେ ୯୬.୧୦%, ଜଗତସିଂହପୁରରେ ୯୭.୬୦%, ପୁରୀରେ ୯୬.୭୬% ପାସ୍ ହାର ରହିଛି।