ବେଦାନ୍ତ ଆଲୁମିନିୟମର ‘ସୁସ୍ଥ ନାରୀ ସଶକ୍ତ ପରିବାର’ ଅଭିଯାନ
ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଭାରତ ସରକାରଙ୍କ ‘ସୁସ୍ଥ ନାରୀ ସଶକ୍ତ ପରିବାର’ ଅଭିଯାନ ମାଧ୍ୟମରେ ଦୁର୍ଗମ ଅଞ୍ଚଳର ମହିଳା ଏବଂ ପରିବାରକୁ ସ୍ୱାସ୍ଥ୍ୟସେବା ସହାୟତା ପ୍ରଦାନ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପଦକ୍ଷେପ ହେଉଛି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ମିଳିତ ନେତୃତ୍ୱରେ ମହିଳା ଏବଂ ଶିଶୁଙ୍କ ପାଇଁ ଦେଶର ସର୍ବବୃହତ ସ୍ୱାସ୍ଥ୍ୟସେବା । ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୫ ମଧ୍ୟରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ହସ୍ପିଟାଲ ଏବଂ ଅନ୍ୟାନ୍ୟ ସରକାରୀ ସୁବିଧାରେ ୧୦ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି । ଏହି ଅଭିଯାନର ଅଂଶ ସ୍ୱରୂପ ବେଦାନ୍ତ ଆଲୁମିନିୟମ କଳାହାଣ୍ଡିର ନାକରୁଣ୍ଡିର ପିଏଚ୍ସି ଏବଂ ରାୟଗଡ଼ାର କାଶୀପୁରର ସିଏଚ୍ସିରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲା । ଏହାର ମୋବାଇଲ୍ ହେଲଥ ୟୁନିଟ୍ ସହିତ ଡାକ୍ତରୀ କର୍ମଚାରୀ, ରୋଗ ନିର୍ଣ୍ଣୟ ଏବଂ ଅତ୍ୟାବଶ୍ୟକ ଔଷଧ ନିୟୋଜିତ କରାଯାଇଥିଲା ।
ଶିବିରରେ ୪୬୮ ମହିଳା ଏବଂ ୪୧୦ରୁ ଅଧିକ ପୁରୁଷ ଏବଂ ଶିଶୁଙ୍କୁ ଉପକୃତ କରିଥିଲା । ଏହି ପ୍ରଚାର ଉପରେ ଆଧାରିତ ହୋଇ କମ୍ପାନୀ ରାମପୁର ଏବଂ ସୁଙ୍ଗେରରେ ହେବାକୁ ଥିବା ଆଗାମୀ ଶିବିରଗୁଡ଼ିକୁ ମଧ୍ୟ ସମର୍ଥନ କରିବ । ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, ସୁସ୍ଥ ମହିଳାମାନେ ସୁସ୍ଥ ପରିବାର ଏବଂ ସଶକ୍ତ ସମ୍ପ୍ରଦାୟର ମୂଳଦୁଆ । ବେଦାନ୍ତ ଆଲୁମିନିୟମରେ ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟସେବା ଅଧିକ ସୁଲଭ କରିବାକୁ ପ୍ରତିବଦ୍ଧିତ । ବିଶେଷକରି ଦୂରଦୂରାନ୍ତ ଅଞ୍ଚଳରେ ସରକାରଙ୍କ ‘ସୁସ୍ଥ ନାରୀ ସଶକ୍ତ ପରିବାର’ ଅଭିଯାନକୁ ସମର୍ଥନ ଜଣାଉଛନ୍ତି । ଗୁଣାତ୍ମକ ଚିକିସôା ସେବାକୁ ସବୁଠାରୁ ଅଧିକ ଆବଶ୍ୟକ କରୁଥିବା ମହିଳା ଏବଂ ଶିଶୁମାନଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି । କାର୍ଯ୍ୟକ୍ରମରେ ସାମିଲ ଥିବା କାଶୀପୁରର କମୁ୍ୟନିଟି ହେଲଥ ସେଣ୍ଟରର ମୁଖ୍ୟ ଡ. ନେତ୍ର ନନ୍ଦ ନାୟକ କହିଛନ୍ତି, ବେଦାନ୍ତ ଆଲୁମିନିୟମର ଅତିରିକ୍ତ ସହାୟତା ସମୟୋଚିତ ରୋଗ ନିର୍ଣ୍ଣୟ ଏବଂ ଚିକିସôା ସହିତ ଅଧିକ ମହିଳାଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ କରିଛି । ବେଦାନ୍ତ ଆଲୁମିନିୟମ ସ୍ୱାସ୍ଥ୍ୟସେବା ଉପଲବ୍ଧତାକୁ ବୃଦ୍ଧି କରିବା, ଦୁର୍ବଳ ଜନସଂଖ୍ୟା ମଧ୍ୟରେ ସ୍ଥାୟୀ ସୁସ୍ଥତା ଏବଂ ସଶକ୍ତିକରଣକୁ ପ୍ରୋସôାହିତ କରିବା ପାଇଁ ଏହାର ସମ୍ବଳ ଏବଂ ବିଶେଷଜ୍ଞତାକୁ ବ୍ୟବହାର କରିବା ପାଇଁ ସମର୍ପିତ ରହିଛି । ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଗ୍ରାମାଞ୍ଚଳ ଭିତ୍ତିଭୂମି ଏବଂ ତୃଣମୂଳ କ୍ରୀଡା ଏବଂ ସଂସ୍କୃତିକୁ ନେଇ ସାମାଜିକ ପ୍ରଭାବ ପଦକ୍ଷେପ ମାଧ୍ୟମରେ କମ୍ପାନୀ ଓଡ଼ିଶାରେ ପରିବର୍ତ୍ତନ ଆଣିଛି ।