ବୋଲବମ ଭକ୍ତଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ସେବା
ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ବିଭିନ୍ନ ଗ୍ରାମରୁ ଶ୍ରାବଣର ତୃତୀୟ ସୋମବାରରେ ପ୍ରତ୍ୟକ ଶିବମନ୍ଦିରରେ ବୋଲବମ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଆଜି ଶହ ଶହ ବୋଲବମ ଭକ୍ତ ବେହେଡା ସ୍ଥିତ ତେଲ ନଦୀରୁ ଜଳ ଭାର ଆଣି ରାଇଘର ଧବଳେଶ୍ୱର ମନ୍ଦିରରେ ଜଳାଭିଷେକ କରିବାକୁ ଆସୁଥିବା ବେଳେ ମଝି ରାସ୍ତାରେ ଉମରକୋଟ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସହଧର୍ମିଣୀଙ୍କ ଶହ ଶହ ବୋଲବମ ଭକ୍ତଙ୍କ ଶହ ମିଶି ଭଗବାନ ଶିବଙ୍କ ନାରା ଦେଇ ଭକ୍ତମାନଙ୍କୁ ଉତ୍ସାହିତ କରି ଥଣ୍ଡା ପାନୀୟ ଓ ମିଷ୍ଠାନ ବଣ୍ଟନ କରିଥିଲେ । ମନ୍ତ୍ରୀଙ୍କ ଶହ ରାଇଘର ବ୍ଲକର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିବାବେଳେ ଲୋକସଭା ସାଂସଦଙ୍କ ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ ।