ଏବିଭିପିର ବିକ୍ଷୋଭ : ଦୋଷୀକୁ ଫାଶି ଦିଆଯାଉ
ନବରଙ୍ଗପୁର : ବାଲେଶ୍ୱର ଜିଲ୍ଲାର ଏଫଏମ୍ କଲେଜରେ ଘଟିଥିବା ଘଟଣାରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଏବିଭିପି ନବରଙ୍ଗପୁର ନଗର ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ନେଇ ସୌମ୍ୟାଶ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନରେ ନବରଙ୍ଗପୁର ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମା’ ଭଣ୍ଡାର ଘରଣୀଙ୍କ ମନ୍ଦିର ସାମ୍ନାରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରି ସୌମ୍ୟାଶ୍ରୀଙ୍କ ଏହି ଘଟଣାର ସମସ୍ତ ଦୋଷୀଙ୍କୁ ଫାଶୀଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି । ଏଥିସହିତ ସୌମ୍ୟାଶ୍ରୀଙ୍କ ପାଇଁ ଛାତ୍ର କଂଗ୍ରେସ ଓ ଛାତ୍ର ବିଜେଡ଼ି ରାଜନୀତି କରିବା ନାଁରେ ତାଙ୍କୁ ନ୍ୟାୟ ଦେବା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁବାଷ ନାୟକ, ଜିଲ୍ଲା ସଂଯୋଜକ ସାଗରିକ ଦାସ, ରାଜ୍ୟ ସହ ସମ୍ପାଦକ ମୋହନ ହରିଜନ, ନଗର ସମ୍ପାଦିକା ସୁଶ୍ରୀ ତାରେଣି ଗାଦବା, ରାଜ୍ୟ କାର୍ଯ୍ୟକାରେଣୀ ସଦସ୍ୟ ବିଭୁ ସୁନ୍ଦର୍ ଜେନା, ଜିଲ୍ଲା ଖେଳ ଭାରତ ପ୍ରମୁଖ ସୁବାଷ ଜାନି, ଜିଲ୍ଲା କଳମଞ୍ଚ ପ୍ରମୁଖ ରୁଦ୍ର ଗୌଡ, ଅସେ ଫେସ୍ ପ୍ରମୁଖ ସନ୍ତୋଷୀ ଗୌଡ, ନଗର ସହ ସମ୍ପାଦକ ଗୌରବ କୁମାର ସାହୁ ଉପସ୍ଥିତ ଥିଲେ ।