ପାରଦର୍ଶୀ ପୋର୍ଟାଲ ଆବେଦନ ଘୋଟଲା ପ୍ରସଙ୍ଗ  : ଏନ୍ଏଚ୍ଆର୍ସିଙ୍କ ଦ୍ୱାରସ୍ଥ ହେଲା ଅଭିଭାବକ ମହାସଂଘ

ଭୁବନେଶ୍ୱର : ରାଜ୍ୟ ମାନବାଧିକାର କମିଶନ (ଏନ୍ଏଚ୍ଆର୍ସି)ଙ୍କ ନିକଟରେ ପହଞ୍ଚôଲା ପାରଦର୍ଶୀ ପୋର୍ଟାଲ୍ ଆବେଦନ ପ୍ରକ୍ରିୟା ଘୋଟାଲା ପ୍ରସଙ୍ଗ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପାରଦର୍ଶୀ ପୋର୍ଟାଲ କେଳେଙ୍କାରୀକୁ ନେଇ ଓଡ଼ିଶା ଅଭିଭାବକ ମହାସଂଘ ଆଜି ଏନ୍ଏଚ୍ଆର୍ସିଙ୍କ ଦ୍ୱାରସ୍ଥ ହୋଇଛି । ଗରିବ ପିଲା ପ୍ରାଇଭେଟ ସ୍କୁଲରେ ମାଗଣା ଆଡ୍ମିସନ ପ୍ରକ୍ରିୟାକୁ ପ୍ରାଇଭେଟ ସ୍କୁଲଙ୍କୁ  କେଳେଙ୍କାରୀ ପାଇଁ ପ୍ରୋତ୍ସାହନ ଦେବାକୁ ସମ୍ପୂର୍ଣ୍ଣ ପ୍ରକ୍ରିୟା ମାସେ ଘୁଞ୍ଚାଇ ଦେବା ଘଟଣାକୁ ଦୃଢ଼ ବିରୋଧ କରିଛି ଅଭିଭାବକ ମହାସଂଘ । ନୂତନ ମାର୍ଗଦର୍ଶିକାରେ ନିରୀହ, ଗରିବ ଓ ଅଶିକ୍ଷିତ ଆର୍ଥିକ ଦୁର୍ବଳ ଶ୍ରେଣୀର ଅଭିଭାବକ ନିଜ ପିଲାଙ୍କ ଆବେଦନ ପାଇଁ ୧୭ ସତର ଦିନ ସମୟ ଦିଆଯାଇଥିବା ବେଳେ ବିତ୍ତଶାଳୀ ଉଚ୍ଚ ଶିକ୍ଷିତ ପ୍ରାଇଭେଟ ମ୍ୟାନେଜମେଣ୍ଟ ସ୍କୁଲ୍ଙ୍କୁ ପୋର୍ଟାଲରେ ପଞ୍ଜୀକରଣ ପାଇଁ ୭୦ ଦିନ ସମୟ ଦିଆଯାଇଛି ବୋଲି ମହାସଂଘ ଅଭିଯୋଗ କରିଛି । ଶିକ୍ଷା ଅଧିକାର ଆଇନ ଧାରା ୧୨-ଏର ଏହା ସମ୍ପୂର୍ଣ୍ଣ ଉଲ୍ଲଂଘନ ବୋଲି କୁହାଯାଇଛି ।
ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନେ ପ୍ରାଇଭେଟ ସ୍କୁଲରେ ମାଗଣାରେ ପାଠ ପଢିବାକୁ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଆବେଦନ ପାଇଁ ଜାନୁଆରୀ ୨୨ରୁ ଫେବୃଆରୀରୁ ୨୮ ପର୍ଯ୍ୟନ୍ତ ସ୍କୁଲମାନଙ୍କ ପଞ୍ଜିକରଣ କାଗଜ ପତ୍ର ଯାଞ୍ଚ ଥିଲା । ମାର୍ଚ୍ଚ ୧ରୁ ପିଲାଙ୍କ ପ୍ରଥମ ପର୍ଯ୍ୟାୟ ଆବେଦନ ସହ କାଗଜ ପତ୍ର ଯାଞ୍ଚ ଓ ଲଟେରୀ ଉଠାଣ ପରେ ମାର୍ଚ୍ଚ ୨୯ ରୁ ଏପ୍ରିଲ ୧୦ ମଧ୍ୟରେ ନାମଲେଖା ହୋଇଥାନ୍ତା । ପରବର୍ତ୍ତୀ  ପର୍ଯ୍ୟାୟରେ ଆବେଦନ ସହ ପିଲାମାନେ  ମେ ୧ ତାରିଖ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଓ ମେ ୧୫ ସୁଦ୍ଧା ଅନ୍ତିମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା  ବ୍ୟବସ୍ଥା ଥିଲା । ନୂତନ ମାର୍ଗ ଦର୍ଶିକାରେ ସ୍କୁଲ ରେଜିଷ୍ଟ୍ରେସନ ମାର୍ଚ୍ଚ ୧ରୁ ୩୧ ପର୍ଯ୍ୟନ୍ତ ବଢ଼ାଯାଇଛି । ତେଣୁ  ଜାନୁଆରୀ ୨୨ ରୁ ମାର୍ଚ୍ଚ ୩୧ ପାଖାପାଖି ୭୦ ଦିନ ମହଲତ ମିଳିଲା । ନିରୀହ ଅଭିଭାବକ ପାଇଁ ଏହି ଆବେଦନ ଏପ୍ରିଲ ୩ରୁ ୨୦ ଅର୍ଥାତ ମାତ୍ର ୧୭ ଦିନ ମିଳିଲା । ତେବେ ପ୍ରକ୍ରିୟା ଯେତିକି ବିଳମ୍ବ ହେବ ପ୍ରାଇଭେଟ ସ୍କୁଲ୍ମାନେ ତାର ସୁଯୋଗ ନେଇ ପିଲାଙ୍କୁ ଆଡ଼ମିସନ କରାଇନେବେ । କାହିଁକି ଏ ପାରଦର୍ଶୀ ପୋର୍ଟାଲ ଓ କାହାପାଇଁ, ଏହି ପ୍ରଶ୍ନ କରିଛନ୍ତି ଓଡିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ । ଏହାକୁ ନେଇ ଓଡିଶା ଅଭିଭାବକ ମହାସଂଘ ଜାତୀୟ ମାନବାଧିକାର କମିସନଙ୍କୁ ଗୁହାରି କରିଛନ୍ତି ଓ ଯଥା ଶୀଘ୍ର ଏନେଇ ଠୋସ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏହି ଅସାଧୁ ମନୋଭାବ ଥିବା ଅଫିସରଙ୍କ ଯୋଗୁ ଏହି ଯୋଜନା ବାଟବଣା ହେବାକୁ ଯାଉଛି । ଗରିବ ପିଲାମାନେ ସଠିକ ସ୍କୁଲ ଓ ସଠିକ ସମୟରେ ଆଡ଼ମିସନ ପାଇବାରୁ ବଞ୍ଚôତ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି ।