ପ୍ରକାଶ ପାଇଲା OSSTET ରେଜଲ୍ଟ କେମିତି ଡାଉନ୍‌ଲୋଡ୍‌ କରିବେ, ଜାଣନ୍ତୁ ?

କଟକ,: ବୁଧବାର ପ୍ରକାଶ ପାଇଛି ଓଏସ୍‌ଏସ୍‌ଟିଇଟି ରେଜଲ୍ଟ। (ODISHA SECONDARY SCHOOL TEACHER ELIGIBILITY TEST)। ଏହି ରେଜଲ୍ଟ ଜାଣିବା ପାଇଁ www.bseodisha.ac.inରେ ଲଗ୍‌ ଇନ୍‌ କରିବାକୁ କୁହାଯାଇଛି। ପରୀକ୍ଷାର୍ଥୀମାନେ ଓ୍ବେବ୍‌ସାଇଟ୍‌ରୁ ଡିଜିଟାଲ ସାର୍ଟିଫିକେଟ ବି ପାଇପାରିବେ ।

କିପରି କରିବେ ଡାଉନଲୋଡ୍‌?

ପ୍ରଥମେ OSSTETର ଅଫିସିଆଲ ଓ୍ବେବ୍‌ସାଇଟ୍‌ www.bseodisha.ac.inକୁ ଲଗ୍‌ ଇନ୍‌ କରିବେ। ସେଥିରେ ନିଜର ଇ-ମେଲ୍‌ ଆଇଡି ଏବଂ ପାସ୍‌ଓ୍ବାଡ୍‌ ଦେବେ। ଏହା ପରେ ଲଗ୍‌ ଇନ୍‌ ବଟନ୍‌କୁ କ୍ଲିକ୍‌ କରିବେ। ଏହା ପରେ ‘OSSTET Result 2024’ ଉପରେ କ୍ଲିକ୍‌ କରିବେ। ଆପଣଙ୍କ ରେଜଲ୍ଟ କମ୍ପ୍ୟୁଟର ସ୍କ୍ରିନ୍‌ରେ ଦେଖାଯିବା ପରେ ଏହାକୁ ଆପଣ ଡାଉନ୍‌ଲୋଡ୍‌ କରିପାରିବେ।