ଜୟପୁର ସହରରେ ଉଡ଼ନ୍ତା ସାପ

ଜୟପୁର ସହରରେ ଉଡ଼ନ୍ତା ସାପ

ଜୟପୁର : ପ୍ରଥମଥର ପାଇଁ ଜୟପୁର ସହରରେ ଉଡ଼ନ୍ତା ସାପ ଉଦ୍ଧାର କରାଯାଇଛି। ସୋମବାର ସକାଳେ ସ୍ଥାନୀୟ ଗୌଡ଼ସାହିର ଜନୈକ ବ୍ୟକ୍ତିଙ୍କ ବାଥ୍‌ରୁମ୍‌ ଭିତରେ ଗୋଟିଏ ସାପ ପଶିଥିବା ନେଇ ସୂଚନା ପାଇବା ପରେ WARTEAMର ସଂସ୍ଥାପକ କୃଷ୍ଣ କେଶବ ଷଡ଼ଙ୍ଗୀ ଓ ତାଙ୍କ ସହଯୋଗୀ ଚନ୍ଦନ ଭିମିଡ଼ି ରୁବେନଙ୍କ ସହିତ ମିଶି ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚି ଏହା ଏକ Ornate Flying Snake ଉଡ଼ନ୍ତା ଚିତି ସାପ ବୋଲି ଚିହ୍ନଟ କରି ସାପଟିକୁ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ ଜୟପୁର ବନଖଣ୍ଡର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସାପଟିକୁ ନିକଟସ୍ଥ ସୁରକ୍ଷିତ ସ୍ଥାନରେ ଛଡ଼ାଯାଇଥିଲା।