ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା , ଜାଣନ୍ତୁ କିପରି କରିବେ ଆବେଦନ?

ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା , ଜାଣନ୍ତୁ କିପରି କରିବେ ଆବେଦନ?

ଭାରତ ସରକାର ଦେଶର କୃଷକମାନଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବା ଓ ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଅନେକ ଯୋଜନା ଚଳାଉଛନ୍ତି। ଏହା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା । ଏହି ଯୋଜନା ଅଧୀନରେ ୬୦ ବର୍ଷ ବୟସ ପରେ କୃଷକମାନଙ୍କୁ ପ୍ରତି ମାସେ ୩୦୦୦ ଟଙ୍କାର ପେନସନ ପ୍ରଦାନ କରାଯାଉଛି, ଯାହା ବାର୍ଷିକ ୩୬,୦୦୦ ଟଙ୍କା ହେଉଛି। ଏହି ଯୋଜନା ଖାସ କରି ଛୋଟ ଓ ସୀମାନ୍ତ କୃଷକମାନଙ୍କ ବୃଦ୍ଧାବସ୍ଥାରେ ଆର୍ଥିକ ସ୍ୱାବଲମ୍ବୀ ହେବା ପାଇଁ ଡିଜାଇନ କରାଯାଇଛି। ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ ବିସ୍ତୃତ ଭାବେ।

ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା କ’ଣ?
ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା ହେଉଛି ଏକ ପେନସନ ଯୋଜନା, ଯାହା ୨୦୧୯ ମସିହାରେ ଆରମ୍ଭ କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କୁ ବୃଦ୍ଧାବସ୍ଥାରେ ଆର୍ଥିକ ସହାୟତା ପ୍ରଦାନ କରିବା, ଯେପରି ସେମାନେ ଅନ୍ୟମାନଙ୍କ ଉପରେ ନିର୍ଭର ନ କରି ନିଜ ଜୀବନ ନିର୍ବାହ କରିପାରିବେ। ଏହି ଯୋଜନା ଅଧୀନରେ କୃଷକମାନେ ନିଜ ବୟସ ଅନୁସାରେ ପ୍ରତି ମାସେ ୫୫ ରୁ ୨୦୦ ଟଙ୍କା ଜମା କରିବାକୁ ପଡ଼ିବ, ଏବଂ ସରକାର ମଧ୍ୟ ସମାନ ପରିମାଣରେ ଅଂଶଦାନ କରିବେ। ୬୦ ବର୍ଷ ବୟସ ପରେ କୃଷକମାନେ ପ୍ରତି ମାସେ ୩୦୦୦ ଟଙ୍କା ପେନସନ ପାଇବେ।

କିଏ ନେଇପାରିବେ ଏହି ଯୋଜନାର ଲାଭ?
ଏହି ଯୋଜନାର ଲାଭ ନେବା ପାଇଁ କୃଷକମାନଙ୍କୁ ନିମ୍ନଲିଖିତ ସର୍ତ୍ତ ପୂରଣ କରିବାକୁ ପଡ଼ିବ: ବୟସ: ଆବେଦନକାରୀଙ୍କ ବୟସ ୧୮ ରୁ ୪୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ। କୃଷକଙ୍କ ନାମରେ ୨ ହେକ୍ଟେୟାର କିମ୍ବା ତା’ଠାରୁ କମ କୃଷି ଯୋଗ୍ୟ ଜମି ଥିବା ଜରୁରୀ।

ଅନ୍ୟାନ୍ୟ ସର୍ତ୍ତ:ଆବେଦନକାରୀ ସରକାରୀ ଚାକିରୀରେ ନଥିବେ କିମ୍ବା ଆୟକର ଦାଖଲ କରୁଥିବେ ନାହିଁ। ଆବେଦନକାରୀ EPFO, NPS, କିମ୍ବା ESIC ଭଳି ଯୋଜନାରେ ଅନ୍ତର୍ଭୁକ୍ତ ହେବେ ନାହିଁ। ମାସିକ ଆୟ ୧୫,୦୦୦ ଟଙ୍କାରୁ ଅଧିକ ହେବା ଉଚିତ ନୁହେ।

କିପରି କରିବେ ଆବେଦନ?
ଏହି ଯୋଜନାରେ ନାମ ଲେଖାଇବା ପାଇଁ ଦୁଇଟି ପଦ୍ଧତି ଅଛି:

ଅନଲାଇନ ପଦ୍ଧତି: ଅଫିସିଆଲ ୱେବସାଇଟ maandhan.in କିମ୍ବା pmkisan.gov.in କୁ ଯାଆନ୍ତୁ। ‘Self Enrollment’ ଅପସନକୁ କ୍ଲିକ କରନ୍ତୁ। ଆପଣଙ୍କ ମୋବାଇଲ ନମ୍ବର ଦେଇ ଓଟିପି ଜେନେରେଟ କରନ୍ତୁ। ଆବଶ୍ୟକ ତଥ୍ୟ ପୂରଣ କରି ଫର୍ମ ସବମିଟ କରନ୍ତୁ ଏବଂ ଏକ ପ୍ରିଣ୍ଟଆଉଟ ରଖନ୍ତୁ।

ଅଫଲାଇନ ପଦ୍ଧତି: ନିକଟସ୍ଥ କମନ ସର୍ଭିସ ସେଣ୍ଟର କୁ ଯାଆନ୍ତୁ। ଆବଶ୍ୟକ ଡକ୍ୟୁମେଣ୍ଟ ଜମା କରନ୍ତୁ।