ବଢୁଛି ତାତି, ଅସ୍ତବ୍ୟସ୍ତ ଜନଜୀବନ
ତାଳଚେର : ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ସହ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଥିବାବେଳେ ଶିଳ୍ପନଗରୀ ତାଳଚେରରେ ଏହାର ପ୍ରଭାବ ଦିନକୁ ଦିନ ବୃଦ୍ଧି ତୀବ୍ର ହେବାରେ ଲାଗିଛି । ସକାଳ ୯ଘଟିକାରୁ ଅପରାହ୍ନ ୪ଘଟିକା ପର୍ଯ୍ୟନ୍ତ ଘରୁ ପଦାକୁ ଗୋଡ଼ କାଢ଼ିବା ବର୍ତ୍ତମାନ ସମ୍ଭବ ହେଉନାହିଁ । ଏହି ପରିପ୍ରେକ୍ଷୀରେ ସରକାର ସମସ୍ତ ବିଦ୍ୟାଳୟ ସକାଳ ୬.୩୦ରୁ ୧୦.୩୦ମିନିଟ୍ ପର୍ଯ୍ୟନ୍ତ ପାଠ ପଢ଼ିବାକୁ ନିଦେ୍ର୍ଦଶ ଦେଇଥିବା ବେଳେ ସକାଳ ୮ଘଟିକା ଠାରୁ ସାଘାଂତିକ ଗରମ ଓ ଗୁଳୁଗୁଳି ଯୋଗୁଁ ବିଦ୍ୟାଳୟରେ ଅଧ୍ୟୟନ କରିବା ସମ୍ଭବ ହେଉନାହିଁ ବୋଲି ଅଭିଭାବକମାନେ ମତପ୍ରକାଶ କରିଛନ୍ତି । ରାଜ୍ୟ ସରକାର ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ବିଜୁଳି ନ କାଟିବାକୁ ସ୍ପଷ୍ଟ କରିଥିଲେ ମଧ୍ୟ ଶିଳ୍ପନଗରୀ ତାଳଚେରରେ ଅଘୋଷିତ ବିଦୁ୍ୟତ୍ କାଟ୍ ଓ ଲୋଭୋଲଟେଜ୍ ସମସ୍ୟା ପିଛା ଛାଡୁନଥିବା ଅଭିଯୋଗ ହେଉଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ଦେଖିବାକୁ ମିଳିଛି । ଏପରିକି ପ୍ରଚଣ୍ଡ ରୌଦ୍ରତାପରେ ମଧ୍ୟ ତାଳଚେର ଅଂଚଳରେ ବିଭିନ୍ନ ଖଣି କଳକାରଖାନା ଓ ନିର୍ମାଣ କାର୍ଯ୍ୟ ଶ୍ରମିକ ଗୁଡ଼ିକରେ ଶ୍ରମିକମାନେ କାର୍ଯ୍ୟ କରୁଥିଲେ ହେଁ ତାଳଚେର ଶ୍ରମବିଭାଗ ପକ୍ଷରୁ ସେଭଳି କିଛି ଦୃଷ୍ଟି ପଡ଼ୁନଥିବା ଦୁର୍ଭାଗ୍ୟଜନକ ବିଷୟ ହୋଇଛି । ଅନ୍ୟପକ୍ଷରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ନଦୀ, ନାଳ, କୂଅ, ପୋଖରୀ ଓ ଗାଁଗଣ୍ଡା ଗୁଡ଼ିକରେ ପାନୀୟଜଳର ଘୋର ଅଭାବ ଦେଖାଦେଇଛି । ଦିନବେଳା ରାସ୍ତାଘାଟ ଜନଶୂନ୍ୟ ହେବା ସହିତ ଦୋକାନ ବଜାର ବନ୍ଦ ରହୁଥିବା ଦେଖିବାକୁ ମିଳିଛି ।