ଓଡ଼ିଶାକୁ ଆଳୁ ଯୋଗାଇବ କନ୍ଧମାଳ
POTATO CRISIS IN ODISHA

ଭୁବନେଶ୍ୱର : ସମ୍ପ୍ରତି ଆଳୁ ସମସ୍ତଙ୍କୁ ନାକେଦମ କରିଦେଲାଣି । ଖାଉଟି, ବେପାରୀଙ୍କ ଠାରୁ ନେଇ ସରକାରଙ୍କ ପର୍ଯ୍ୟନ୍ତ ଆଳୁକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି । ପଶ୍ଚିମବଙ୍ଗ, ୟୁପି ଓ ପଞ୍ଜାବରୁ ଆଳୁ ଆଣି ଓଡ଼ିଶାର ଚାହିଦା ମେଣ୍ଟାଇବାକୁ ଯୋଜନା କରାଯାଇଛି । ଏସବୁ ଭିତରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ କନ୍ଧମାଳ ହିଁ ଓଡ଼ିଶାର ଆଳୁ ସମସ୍ୟାର ସମାଧାନ କରିବ ବୋଲି କହିଛନ୍ତି ।
ସୁକାନ୍ତ କହିଛନ୍ତିଯେ, ଓଡ଼ିଶା ଯେତିକି ଆଳୁ ଆବଶ୍ୟକ କରିଥାଏ ତାହାର ଅଧା କନ୍ଧମାଳ ହିଁ ଯୋଗାଇ ଦେଇପାରିବ । ଏନେଇ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସହ ଆଲୋଚନା କରିବେ । ଶ୍ରୀ ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ, ଏଥିପାଇଁ ସ୍ୱତନ୍ତ୍ର ବ୍ଳୁପ୍ରିଣ୍ଟ ପ୍ରସ୍ତୁତ କରାଯିିବ । ଶୀତଳ ଭଣ୍ଡାର ବି କରାଯିବ । ଖୁବଶୀଘ୍ର ଏନେଇ ଆଲୋଚନା କରାଯିବା ସହ କାର୍ଯ୍ୟ ଆରମ୍ଭ ହେବବୋଲି ପ୍ରକାଶ କରିଛନ୍ତି ।