ଆମ୍ବୁଲାନ୍ସ ଧକ୍କାରେ ଦୁଇ ଗାଈଙ୍କ ମୃତୁ୍ୟ; ଡ୍ରାଇଭର ଗିରଫ


  • ଭୁବନେଶ୍ୱର, ୨୦ା୯ : ଏକ ଆମ୍ବୁଲାନ୍ସ ଖୋର୍ଦ୍ଧାରୁ ଦୃତ ଗତିରେ ଆସି ତମାଣ୍ଡୋ ଠାରେ ଦୁଇଟି ଗାଈଙ୍କ ଉପରେ ଚଢ଼ିଗଲା । ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ଗାଈଙ୍କ ମୃତୁ୍ୟ ଘଟିଥିବା ବେଳେ, ଆମ୍ବୁଲାନ୍ସ ଡ୍ରାଇଭରକୁ ଗିରଫ କରିଛି ପୁଲିସ । ପରେ ଏକ ମାମଲା ରୁଜୁକରି ଆଜି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ, ଖୋର୍ଦ୍ଧାର ଅରୂପାନନ୍ଦ ନାୟକ ।
     ସୂଚନା ଯୋଗ୍ୟଯେ, ଶୁକ୍ରବାର ସକାଳ ୧୧.୪୫ ସମୟରେ ଅଭିଯୁକ୍ତ ଜଣକ ଖୋର୍ଦ୍ଧା ପଟରୁ ଭୁବନେଶ୍ୱର ଅଭିମୁଖେ ଏକ ଆମ୍ବୁଲାନ୍ସ ଅତି ଦୃତ ଗତିରେ ତଥା ବିପଦଜନକ ଭାବେ ଚାଳନା କରି ଆସିବା ସହିତ ହୁ୍ୟଣ୍ଡାଇ ସୋ-ରୁମ ସମ୍ମୁଖରେ ଦୁିଟି ଗାଈଙ୍କୁ ଖୁବ୍ ଜୋରସେ ଧକ୍କା ଦେଇଥିଲେ । ଏହି ଦୁର୍ଘଟଣା ଫଳରେ ଘଟଣା ସ୍ଥଳରେ ଗାଈ ଦୁଇଟିଙ୍କ ମୃତୁ୍ୟ ହୋଇଯାଇଥିଲା । ଖବର ପାଇ ପେଟ୍ରୋଲିଂ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଚାଳକକୁ କାବୁ କରିବା ସହ ଥାନାକୁ ଆଣିଥିଲେ । ପରେ ଅଭିଯୁକ୍ତଙ୍କ ଯାଞ୍ଚ ସମୟରେ ଜଣାପଡ଼ିଥିଲା ଡ୍ରାଇଭର ଜଣଙ୍କ ନିଶାଶକ୍ତ ଥିବା ଜଣାପଡ଼ିଥିଲା । ପରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।