ସମ୍ପର୍କୀୟ ଭିଣୋଇ ସାଜିଲା ସୈତାନ : ନାବାଳିକାକୁ ଘରେ ରଖି କୁକର୍ମ କରୁଥିଲା
କପ୍ତିପଦା : ୩ ବର୍ଷ ନିଜ ଘରେ ରଖିବା ଭିତରେ ବାରମ୍ବାର ନାବାଳିକାକୁ କରୁଥିଲା ଦୁଷ୍କର୍ମ । ଶେଷରେ ଜୀବନ ବଞ୍ଚାଇ ଖସି ଆସି ଥାନାରେ ଅଭିଯୋଗ କରିବା ପରେ ଫିଟିଛି ଭିଣୋଇର ଅସଲ ମୁଖା । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଅଞ୍ଚଳରେ । ବାପାଙ୍କ ମୃତୁ୍ୟ ପରେ ମା ହୋଇଗଲେ ପାଗେଳୀ । ଆଉ ଏହାର ସୁଯୋଗ ନେଇ ସମ୍ପର୍କୀୟ ଭିଣୋଇ ନାବାଳିକା ଝିଅକୁ ନିଜ ଘରକୁ ନେଇ ଆସିଥିଲା । ନିଜ ଘରେ ରଖି ପାଠ ପଢାଇବ ବୋଲି କହି ନାବାଳିକାକୁ ରଖିଥିବା ବେଳେ କିଛି ଦିନ ପରେ ଭିଣୋଇ ଦେଖାଇଥିଲା ସୈତାନିପଣ । ଘରେ ଯେତେବେଳେ ନାବାଳିକାକୁ ଏକୁଟିଆ ପାଇଲେ ସେତେବେଳେ ନାବାଳିକାକୁ ଦୁଷ୍କର୍ମ କରିଚାଲିଲେ । ୩ ବର୍ଷ ନାବାଳିକାକୁ ନିଜ ଘରେ ରଖିଥିବା ବେଳେ ବାରମ୍ବାର ସୁଯୋଗ ଦେଖି ଦୁଷ୍କର୍ମ କରିଥିଲା ଭିଣୋଇ । ହେଲେ ନାବାଳିକା ଜଣକ ପାଶବିକ ଅତ୍ୟାଚାରରୁ ବଞ୍ଚିବା ପାଇଁ ବାରମ୍ବାର ଭିଣୋଇ ଘରୁ ଖସି ଆସୁଥିବା ବେଳେ ତାକୁ ପୁଣି ନିଜ ଘରକୁ ଜୋରଜବରଦସ୍ତ ନେଇ ରଖୁଥିଲା ଭିଣୋଇ । ଶେଷରେ ଗତ ମାସ ନାବାଳିକା ଜଣକ ଭିଣୋଇ ଘରୁ ଖସି ଆସି ନିଜ ମାମୁଁ ପୁଅ ସାଙ୍ଗରେ ଭାଇ ରହୁଥିବା ଚେନ୍ନାଇ ଯାଇଥିଲେ । ସେଠାରେ ଭାଇ ଆଗରେ ସବୁ କଥା ବୟାନ କରିବା ପରେ ଭାଇ ଆସି କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛି । ସମ୍ପର୍କୀୟ ଭିଣୋଇ ଫେରାର ରହିଛି ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
